ନିମାପଡାରେ ନିର୍ମାଣହେବ ଇଣ୍ଡୋର ଷ୍ଟାଡିୟମ : କେକ କାଟି ଉତ୍ସବ ମନାଇଲେ ମନ୍ତ୍ରୀ ଓ କ୍ରୀଡାପ୍ରେମୀ
ନିମାପଡା (ସନ୍ତୋଷ ଦାଶ ) ଗ୍ରାମାଞ୍ଚଳ ରେ କ୍ରୀଡା ର ବିକାଶ ଓ ଲୁକାୟିତ କ୍ରୀଡାବିତ ମାନଙ୍କୁ ଲୋକଲୋଚନ କୁ ଆଣିବା ସହ ଉର୍ନ୍ନତ ପ୍ରଶିକ୍ଷଣ ଦେବା ଉଦେଶ୍ୟରେ ରାଜ୍ୟସରକାର ବିଭିନ୍ନ ସ୍ଥାନ ରେ 89 ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ନିଆଯାଇଛି l ଏହା ମଧ୍ୟରେ ନିମାପଡା ଅଞ୍ଚଳ ସ୍ଥାନ ପାଇଛି l ଯାହାକି ସ୍ଥାନୀୟ ଅଞ୍ଚଳ ର କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ, ଓ ଯୁବ ପ୍ରତିଭା ଙ୍କ ଭିତରେ ଆନନ୍ଦ ଖେଳାଇ ଦେଇଛି l ନିମାପଡା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପଡିଆ ସ୍ଥାନ କୁ ଏଥିପାଇଁ ଚି଼ହ୍ନଟ କରାଯାଇଥିବା ବେଳେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରାୟ 6 କୋଟି 50 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସ୍ଥାନୀୟ ବିଧାୟକ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି l ଏହି ଖବର ଜଣାପଡିବାପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ,ନିମାପଡା ଅଥଲେ୍ଟିକ ଆସୋସିଏସନ ର ସମ୍ପାଦକ ଜୀବନାନନ୍ଦ ମହାପାତ୍ର , ହିମାଂଶୁ ମହାନ୍ତି, ନିମାପଡା କ୍ରିକେଟ ଆସୋସିଏସନ ର ସମ୍ପାଦକ ଅକ୍ଷୟ ବେହେରା, ସ୍ପୋର୍ଟ୍ସ ଏକାଡେମୀ ର ସଭାପତି ଜ୍ୟୋତିରଞ୍ଜନ ମହାନ୍ତି, ଓଡିଶା କ୍ରିକେଟ ଆସୋସିଏସନ ର ଅମ୍ପାୟାର ସତ୍ୟେନ୍ଦ୍ର ମହାନ୍ତି, ନିର୍ମଳ ମିଶ୍ର , ସମ୍ବିତ ପଟ୍ଟନାୟକ , କ୍ରିକେଟ କୋଚ ମାନସ ବେଉରା, ଫୁଟବଲ ପ୍ରଶିକ୍ଷକ ପ୍ରକାଶ ବରାଳ , ବିଶ୍ୱଜିତ ମଲ୍ଲିକ , ଜିତେଶ କାନୁନଗୋ , ପୂର୍ବତନ ଖେଳାଳି ତଥା ଆଥଲେଟିକ ଆସୋସିଏସନ ର ଉପ ସଭାପତି ଦୋଳ ଗୋବିନ୍ଦ ସେଠି, କ୍ରୀଡା ପ୍ରଶିକ୍ଷକ ରଣଜିତ କେଶରୀ ନାୟକ ଭଲିବଲ ଖେଳାଳି ଶ୍ରୀଧର ସାମନ୍ତସିଂହାର ତଥା ଅନ୍ୟାନ୍ୟ ବହୁ କ୍ରୀଡ଼ାବିତ ଓ ସଙ୍ଗଠନ ଖୁସିରେ କେକ କାଟି ଉତ୍ସବ ମନାଇବାସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l