ନିମାପଡା ଏନ ଏ ସି ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଏନଏସି କାର୍ଯ୍ୟାଳୟ ଠାରେ ଏନ ଏ ସି ର ଏକ ସ୍ଵତନ୍ତ୍ର ବୈଠକ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ବର୍ଷା ଋତୁ ଆସୁଥିବାରୁ ଏନ ଏ ସି ଅଞ୍ଚଳ ରେ ରହିଥିବା ଡ୍ରେନେଜ ସମସ୍ୟା ସଂପର୍କ ରେ ସବିଶେଷ ଆଲୋଚନା ହୋଇ ଥିଲା । ବିଭିନ୍ନ ତଳିଆ ଅଞ୍ଚଳ ରେ ବର୍ଷା ଜଳ ଜମି ରହୁଥିବାରୁ ଜନ ସାଧାରଣ ଯାତାୟାତ ରେ ଘୋର ଅସୁବିଧା ର ସମ୍ମୁଖିନ ହୋଇ ଆସୁଥିବା ବିଭିନ୍ନ ୱାର୍ଡର କାଉନସିଲ ର ମାନେ ଅଭିଯୋଗ କରିଥିଲେ । ଡ୍ରେନେଜ୍ ଓ କେନାଲ ବନ୍ଧ ଜମି କୁ ଦୀର୍ଘ ଦିନ ଧରି ଜବରଦଖଲ କରି ଆସୁଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଜବରଦଖଲ ସବୁକୁ ଉଚ୍ଛେଦ କରିବାକୁ ମନ୍ତ୍ରୀଶ୍ରୀ ଦାଶ ବୈଠକ ରେ ଉପସ୍ଥିତ ନିମାପଡା ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକ ରେ ନଗର ପାଳ ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଡ୍ରେନେଜ ବିଭାଗ ମୁଖ୍ୟଯନ୍ତ୍ରୀ ବାଲେଶ୍ଵର ସାହୁ, ସହକାରୀ ମୁଖ୍ୟଯନ୍ତ୍ରୀ ସନ୍ତୋଷ ସ୍ଵାଇଁ, ସର୍ବୋଚ୍ଚ ଯନ୍ତ୍ରୀ ଆଶିଷ କୁମାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ବନ ବିହାରୀ ଦାଶ, ଜଳସମ୍ପଦ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ଦାଶ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମହାନ୍ତି, ନିମାପଡା ତହସିଲଦାର ସ୍ମୃତିପ୍ରଙ୍ଗ୍ୟା ପ୍ରିୟଦର୍ଶିନୀ, ବିଜେଡ଼ି ନଗର ସଭାପତି ଜିବନାନନ୍ଦ ମହାପାତ୍ର, ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର, ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନା ରେ ଭାଗ ନେଇଥିଲେ ।