ନିମାପଡା କୃଷି ଜିଲ୍ଲାରେ ୩୦ହଜାର ହେକ୍ଟର ଫସଲ ନଷ୍ଟ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ଫନି ପ୍ରଭାବରେ ନିମାପଡା କୃଷି ଜିଲ୍ଲାରେ ପ୍ରାୟ ୩୦ହଜାରରୁ ଉଦ୍ଧ୍ୱର୍ ରବି ଫସଲ ନଷ୍ଟ ହୋଇଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି । ନିମାପଡା ବ୍ଲକରେ ୧୧ହଜାର ହେକ୍ଟରରେ ରବି ଫସଲ କରାଯାଇଥିବା ବେଳେ ସେଥିରୁ ପ୍ରାୟ ୧୦ହଜାର ହେକ୍ଟର ରବି ଫସଲ ନଷ୍ଟ ହୋଇଯାଇଛି । ସେହିପରି ଗୋପ ବ୍ଲକର ୯୧୫୦ ହେକ୍ଟରରୁ ପ୍ରାୟ ୮ହଜାର ହେକ୍ଟର ଫସଲ, କାକଟପୁର ବ୍ଲକର ୭୧୦୦ ହେକ୍ଟରରୁ ପ୍ରାୟ ୫୫୦୦ହେକ୍ଟର ଓ ଅସ୍ତରଙ୍ଗ ବ୍ଲକର ୬୧୦୦ ହେକ୍ଟରରୁ ପ୍ରାୟ ୫ହଜାର ହେକ୍ଟର ମୁଗ, ବିରି, ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁରୀ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଏସ୍ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶରେ ନିମାପଡା ଜିଲ୍ଲା କୃଷି ଅଧିକାରୀ ରମେଶଚନ୍ଦ୍ର ବେହୁରା ବିଭିନ୍ନ ବ୍ଲକକୁ ଯାଇ କ୍ଷୟକ୍ଷତି ଆକଳନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିମାପଡା ତହସିଲଦାର କମଲଜିତ ଦାସ ରାଜସ୍ୱ ନିରୀକ୍ଷକମାନଙ୍କୁ କୃଷି କର୍ମଚାରୀଙ୍କ ସହିତ ମିଶି କ୍ଷୟକ୍ଷତିର ରିପୋର୍ଟ ଯୁଦ୍ଧକାଳୀନ ଭିତ୍ତିରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ