ନିମାପଡା ଥାନା ର ନୂତନ ଗୃହ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଅପରାହ୍ନ ରେ ପ୍ରାୟ ୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ନିମାପଡ଼ା ଥାନାର ଅତ୍ୟାଧୁନିକ ନୂତନ ଗୃହ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବ ରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର,ନିମାପଡା ଥାନା ନିରୀକ୍ଷକ ଶଙ୍କର୍ଷଣ ଦଳାଇ, ନିମାପଡା ଏନ.ଏ.ସି ଅଧକ୍ଷା ସସ୍ମିତା ସାହୁ,ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ଅନୁଷୟା ମହାନ୍ତି,ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ସହିତ ନିମାପଡ଼ା ଥାନାର ସମସ୍ତ କର୍ମଚାରୀ ଏବଂ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ। ନୂତନ ଥାନା ଗୃହରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ଆଇ.ଆଇ.ସି ଶ୍ରୀ ଦଳାଇ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ