ନିମ୍ନମାନର ଛତୁଆ ଦେଇ ପିଲାଙ୍କ ସହ ଖେଳ
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍) : ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । କିନ୍ତୁ କେଉଁଠି ନା କେଉଁଠି ସେହି ଯୋଜନା କାର୍ୟ୍ୟକାରୀ ନ ହୋଇ ବାଟମାରଣା ହେଉଥିବା ଦେଖିବାକୁ ମିଳୁଛି କ୍ଷ ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ । ବ୍ଲକ ଅଧିନସ୍ତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ରହିଛି ଜଗଦଳପୁରର ସଂଗ୍ରାମ ଛତୁଆ କେନ୍ଦ୍ର ଏବଂ ନାରାୟଣପୁରର ମା ଅମ୍ବିକା ଛତୁଆ କେନ୍ଦ୍ର । ଏହି ଦୁଇଟି କେନ୍ଦ୍ର ଦୀର୍ଘ ବର୍ଷ ହେବ ବ୍ଲକର ସମସ୍ତ କେନ୍ଦ୍ରକୁ ଛତୁଆ ବଣ୍ଟନ କରୁଛନ୍ତି । ଚଳିତ ବର୍ଷ ଉଭୟ କେନ୍ଦ୍ରକୁ ଧାନମଣ୍ଡି ନିମନ୍ତେ ମଧ୍ୟ କୁଆଡ଼େ ଅନୁମତି ଦେଇଛନ୍ତି ରାଜ୍ୟ ସରକାର କ୍ଷ ବହୁବାର ଉଭୟ କେନ୍ଦ୍ର ନାମରେ ନିମ୍ନ ମନର ଛତୁଆ ପ୍ରସ୍ତୁତ କରି ନିଷ୍ପାପ ଶିଶୁଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ଉଠିଛି କ୍ଷ ସରକାରଙ୍କ ନିୟମ ଅନୁସାରେ ଆବଶ୍ୟକୀୟ ପରିମାଣର ଏବଂ ଉତ୍କର୍ଷ ମାନର ସାମଗ୍ରୀ ଛତୁଆ କେନ୍ଦ୍ର ଗୁଡିକ ବ୍ୟବହାର କରୁନଥିବା ବେଳେ, ଛତୁଆ ହିତାଧିକାରୀ ଛତୁଆକୁ ନେଇ ଗାଇକୁ ଖାଇବାକୁ ଦେଉଛନ୍ତି କାରଣ ଉକ୍ତ ଛତୁଆ ଖାଇବା ଅନୁପଯୋଗି ଖାଲି ନାମକୁ ମାତ୍ର ଛତୁଆ ଯୋଗାଣ ହେଉଛି ଏତଦ୍ବାରା ବର୍ଷକୁ ସରକାରଙ୍କ କୋଟିକୋଟି ଟଙ୍କା ଆତ୍ମସାତ କରୁଛନ୍ତି ଏହି ଯୋଗାଣକାରୀ ସଂସ୍ଥା।କିଛି ପ୍ରଶାସନିକ ଅଧିକାରୀଙ୍କ ସହ ରାଜନେତା ଏମାନଙ୍କ ରକ୍ଷାକର୍ତ୍ତା ସାଜିଛନ୍ତି।ଛତୁଆ କେନ୍ଦ୍ର ଲିଜ ଆକାରରେ ନେବା ପୂର୍ବରୁ ଗୋଟିଏ କେନ୍ଦ୍ର ପାଖରେ ଦିନକୁ ଖାଇବା ପାଇଁ ସାମଥ୍ୟ ନଥିବା ବେଳେ ଏବେ ଅଚଳାଚଳ ସଂପତ୍ତିର ମାଲିକ ହୋଇଛନ୍ତି।ଏତେ ପରିମାଣର ଆୟ ବହିର୍ଭୁତ ସମ୍ପତି ଠୁଳ କିପରି ହେଲା ତାହା ତଦନ୍ତ ସାପେକ୍ଷ କ୍ଷ ନାରାୟଣପୁର ର ଅମ୍ବିକା ଏସଏଜି ପ୍ରମିଳା ଜେନା ନାମ୍ନୀ ଜଣେ ଅଙ୍ଗନଓ୍ବାଡି କର୍ମୀ ପରିଚାଳନା କରୁଛନ୍ତି।ଜଣେ ଅଙ୍ଗନଓ୍ବାଡି କମୀ ହୋଇ କିପରି ଏହା କରିପାରୁଛନ୍ତି ଏହି କୋଟିପତି କମୀଙ୍କ ସଂପତ୍ତି କିପରି ଏତେ ପରିମାଣରେ ବଢିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଅଙ୍ଗନବାଡି କର୍ମୀ ହୋଇ କିପରି ମା ଅମ୍ବିକା ଛତୁଆ କେନ୍ଦ୍ର ନିଜ ଘରେ ପରିଚାଳନା କରୁଛନ୍ତି ଏବଂ ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନଙ୍କୁ ନାମକୁ ମାତ୍ର ମୁଣ୍ଡ ଥାପନା ହିସାବରେ ରଖି ଶ୍ରୀମତୀ ଜେନା କେନ୍ଦ୍ର ପରିଚାଳନା କରୁଛନ୍ତି । ଏବଂ ଜଗଦଳପୁର ସଂଗ୍ରାମ ଛତୁଆ କେନ୍ଦ୍ରକୁ ମଧ୍ୟ ଜଣେ ଜନୈକ ଶାସକ ଦଳର ରାଜନେତ୍ରୀ ପରିଚାଳିତ କରୁଥିବାବେଳେ ସେ ମଧ୍ୟ ଗୋଷ୍ଟି ଠାରୁ ଉର୍ଦ୍ଧରେ ରହି ମହିଳା ମାନଙ୍କୁ ନାମକୁ ମାତ୍ର ସହାୟିକା ଗୋଷ୍ଠିରେ ରଖି ଛତୁଆ କେନ୍ଦ୍ର ପରିଚାଳିତ କରୁଥିବା ଅଭିଯୋଗ ହେଉଛି । ଖାଲି ପୋକରା ଗହମ ଓ ପୋକରା ଚିନାବାଦାମ ପକାଯାଉଛି।କିନ୍ତୁ ନିୟମ ଅନୁଯାୟୀ କିଛି ସାମଗ୍ରୀ ପକାଯାଉନାହିଁ କ୍ଷଯଦି ଏ ବାବଦରେ କେହି ଅଭିଯୋଗ କରେ ପଇସାର ଲୋଭ ଦେଖାଇ ପାଟି ବନ୍ଦ କରିଦିଆଯାଉଛି । ଏ ବାବଦରେ ବହୁବାର ଅଭିଯୋଗ ହେବାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗଙ୍କ ଠାରୁ ଆରମ୍ଭ କରି ସମାଜ ମଙ୍ଗଳ ବୋର୍ଡ଼ ଅଧିକାରିଣୀ ମନୋରମା ରେଡ୍ଡୀ, କୁକୁଡାଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରଇତ, ବିଡ଼ିଓ ଗଦାଧର ପାତ୍ର,ଧରାକୋଟ ତହସିଡର କୂରେଷ ଚନ୍ଦ୍ର ଯାନୀ ପ୍ରମୁଖ ଘନ ଘନ ତଦନ୍ତ କରି ଫେରିଛନ୍ତି କିନ୍ତୁ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ପ୍ରଶାସନ ତରଫରୁ ଗ୍ରହଣ କରାଯାଇନାହିଁ । ବୁଦ୍ଧିଜିବି ମହଲରେ ତଦନ୍ତ ପାଇଁ ମତ ପ୍ରକାଶ ପାଇଛି ।


