ନିମ୍ନମାନର ଡ୍ରେନ ୱାଲ୍ ନିର୍ମାଣ ର ନଗ୍ନ ଚିତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସରକାର ଙ୍କ ଜନହିତକର ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ପାଇଁ ଆସୁଥିବା ଉନ୍ନତି ମୂଳକ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଶୁଣିବାକୁ ମିଳିଛି । ଗ୍ରାମରେ ସୁସ୍ଥ ପରିବେଶ ସୁଗମରାସ୍ତା ଆବର୍ଜନା ପାଣି ନିସ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ସିମେଣ୍ଟ ରାସ୍ତା ନିର୍ମାଣ କରିବା ବ୍ୟବସ୍ଥା କରୁଛନ୍ତି l କିନ୍ତୁ ସାନଖେମୁଣ୍ଡି ବ୍ଲକ୍ କେତେକ ସରକାରୀ କର୍ମଚାରୀ ଓ ଠିକାଦାର ମାନଙ୍କ ମନମୁଖୀ କାଯ୍ୟକଳାପ ସହ ନିମ୍ନ ମାନର କାଯ୍ୟ କରୁଥିବା ଆଲୋଚନାର ପରିସରକୁ ଆସିଛି । ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତ ର ଖଜୁରୀପଦା ସାହିରେ l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସିଙ୍ଗିପୁର ପଞ୍ଚାୟତ ଖଜୁରୀପଦା ସାହିରେ ୯ ଲକ୍ଷ ଟଙ୍କା ବ୍ୟୟ ରେ ଏକ ଡ୍ରେନେଜ କାମ ହେଉଥିବା ଜଣାପଡିଛି l ଉକ୍ତ ଡ୍ରେନେଜ କାମ ନିମ୍ନ ମାନର ହେଉଥିବା ବେଳେ ମୋରୁମ ମିଶା ମେଟାଲ ଓ କମ ପରିମାଣ ସିମେଣ୍ଟ ବ୍ୟବହାର କରି କାଯ୍ୟକରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହା ସହ କୌଣସି ଫଳକ ନଥାଇ କାମ କରୁଥିବାରୁ ଲୋକଙ୍କ ମନରେ ସନ୍ଦେହ , ଅସନ୍ତୋଷ ଦେଖାଦେଇଛି l କିଛି ଦିନ ଧରି ଡ୍ରେନେଜ କାମ ହୋଇଥିବା ବେଳେ ବର୍ତ୍ତମାନ ଡ୍ରେନ ୱାଲ୍ ଗୁଡିକ ଫାଟି ଆଁ କରି ଭୁଶୁଡିବା ଅବସ୍ଥାରେ ରହିଛି ଫଳରେ ୱାଲ୍ ଗୁଡିକୁ ବାଉଁଶ ଠେସ ଦେଇ ରହିଥିବା ଦେଖିବାକୁ ମିଳିଛି l ନିମ୍ନ ମାନର କାଯ୍ୟ ହେଉଥିବା ନେଇ ସାହି ବାସୀ କାର୍ଯ୍ୟକରୁଥିବା କଣ୍ଟ୍ରାକ୍ଟର କୁ ଜଣାଇଥିଲେ ମଧ୍ୟ କାମ ଠିକ ଭାବେ କରିନଥିଲେ ଅଭିଯୋଗ ହେଉଛି । ଏନେଇ ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ମହାପାତ୍ର ଙ୍କୁ ପଚାରିବା ରୁ କହିଛନ୍ତି ଯେ ପୁରୁଣା ଡ୍ରେନ ଉପରେ ନୂତନ ଡ୍ରେନେ ନିର୍ମାଣ ହେଉଥିବା ହେତୁ ଦବିଯାଇଛି l ଏନେଇ କନିଷ୍ଠ ଯନ୍ତ୍ରୀ ଶିବାନୀ ପାତ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି କେଉଁ ଫଣ୍ଡ ରୁ କାମ ହେଉଛି କେତେ ଟଙ୍କା ର କାମ ହେଉଛି ମୁଁ ଜଣାନାହିଁ ।କାମକରୁଥିବା ବ୍ୟକ୍ତି ଜଣକ ଙ୍କ ଫୋନ ନମ୍ୱର ନେଇ କଥା ହୁଅନ୍ତୁ ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀ ଙ୍କୁ ଜଣାନାହିଁ କେଉଁ ଭଳି ଭାବେ ଚାଲିଛି ସରକାରୀ ଯୋଜନା ଏହାର ଜଳନ୍ତ ଉଦାହରଣ ସାନଖେମୁଣ୍ଡି ଦେଖିବାକୁ ମିଳିଛି ।


