ସରକାରୀ ଉଚ୍ଚ ବିଦ୍ୟାଳୟ ର 46ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ର 46ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ମହାସମାରୋହ ରେ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଗୌଡ଼ ଙ୍କ ପୌରହିତ୍ୟ ରେ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଥମ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ରମାକାନ୍ତ ପାଣିଗ୍ରାହୀ ଓ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ସୁପୁତ୍ର ବିଘ୍ନନେଶ୍ୱ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ପୁରାତନ ଛାତ୍ର ସିଏଚ. ଜନାର୍ଦ୍ଦନ ରେଡ୍ଡୀ ବିଦ୍ୟାଳୟ ର ବିଭିନ୍ନ ବିଷୟରେ ଉପରେ ପ୍ରାରମ୍ଭିକ ସୂଚନା ଦେବା ସହ  ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ଠାରୁ ଆରମ୍ଭ କରି ବର୍ତମାନ ର  ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ  l ପୁରାତନ ଛାତ୍ର ସିଏଚ. ସୁଧାକର ରେଡ୍ଡୀ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ଭାବେ ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ,ସମିତି ସଭ୍ୟ ଏନ. ଚନ୍ଦେୟା ରେଡ୍ଡୀ, ଶ୍ରୀରାମଚନ୍ଦ୍ର ପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଉପେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ପଣ୍ଡା ଓ ଆର ପାପେୟା ରେଡ୍ଡୀ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ପୂର୍ବ ସ୍ଥିତି ଏବଂ ବର୍ତ୍ତମାନ ସ୍ଥିତି ଉପରେ ସମସ୍ତେ କହିବା ସହ ବର୍ତମାନ ଏହି ବିଦ୍ୟାଳୟ 5ଟି ରୁପାନ୍ତରିତ ହୋଇଥିବା ରୁ ସମସ୍ତେ ଖୁସି ଜାହିର କରିଥିଲେ l ଏହି ବିଦ୍ୟାଳୟ 7.7.1977ମସିହା ରେ ପ୍ରତିଷ୍ଠା ହୋଇଥିଲା l  ପ୍ରତିଷ୍ଠା ର ମୁଖ୍ୟ କର୍ଣ୍ଣଧାରା ସାଜିଥିଲେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ୱନାଥ ସାହୁ ଓ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ଆର.ଜାଗା ରାଓ ଏବଂ ଏହି ଅଂଚଳ ର ବହୁ ବଦାନ୍ୟ ବ୍ୟକ୍ତି ମାନେ l ଏହି ଅବସର ରେ ସମସ୍ତ ଅତିଥି, ପୁରାତନ ଶିକ୍ଷକ /ଶିକ୍ଷୟତ୍ରୀ,ପୁରାତନ ଛାତ୍ର ମାନେ ସେମାନଙ୍କ ସ୍ମୃତି ଚାରଣ କରିଥିଲେ ଏବଂ   ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ପୁରାତନ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା l ଶେଷରେ ବିଦ୍ୟାଳୟ ପରିସର ଅତିଥିବୃନ୍ଦ , ପ୍ରତିଷ୍ଠାତା ସଦସ୍ୟ ଓ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଏବଂ ବିଦ୍ୟାଳୟ ଶିକ୍ଷକ ମାନେପରିଚାଳନା ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ , ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା  ଉପସଭାପତି ଶଙ୍କର ପ୍ରସାଦ ଦାଶ, ପି. ଚନ୍ଦ୍ରମଣି ପାତ୍ର, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ,ଶିକ୍ଷକ ବିଷ୍ଣୁ ପଣ୍ଡା ଓ ସୁରେଶ ମହାନ୍ତି,କେ. ମନୋଜ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର  ଛାତ୍ର ସଂସଦ ର ପୂର୍ବତନ ସଭାପତି ଆର. ସନ୍ତୋଷ ରେଡ୍ଡୀ,   ପୂର୍ବତନ ଛାତ୍ର ତୁମ୍ବନାଥ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଚକ୍ରପାଣି ରେଡ୍ଡୀ ଓ ସିଏଚ. ଦଣ୍ଡପାଣି ରେଡ୍ଡୀ ଙ୍କ ସମେତ ବହୁ ପୁରାତନ ଛାତ୍ର, ବର୍ତ୍ତମାନ ର ଛାତ୍ର /ଛାତ୍ରୀ ଏବଂ ଅଂଚଳ ର ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ