ନିମ୍ନମାନର ପାଣି ବୋତଲ ଅବାଧ ବିକ୍ରି

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଗତ କିଛି ମାସ ହେବ ସବୁ ସହରାଂଚଳ ଗୁଡ଼ିକରେ ପଲିଥିନ୍ ଚଢାଉକୁ ଜୋରଦାର କରିବା ପରେ ପଲିଥିନ୍ ବ୍ୟବହାର ସାମାନ୍ୟ ହ୍ରାସ ପାଇଛି । ପ୍ଳାଷ୍ଟିକ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା ଲାଗିବା ପରେ ବିଶେଷ ଭାବେ ପ୍ରଭାବ ପଡ଼ିଛି ପାଣି ପ୍ୟାକେଟ ଉପରେ । ଗାମାଂଚଳରେ ଏବେ ବି ପାଣି ପାଉଚ୍ ବିକ୍ରି ହେଉଥିବା ବେଳେ ସହରାଂଚଳରେ ପ୍ରାୟତଃ ପ୍ଧମକ୍ଟ୍ର ପାଣି ବିକ୍ରି ବନ୍ଦ ହୋଇଯାଇଛି । ପାଣି ପାଉଚର ବିକଳ୍ପ ଭାବେ ମୁଣ୍ଡ ଟେକିଛି ପାଣି ବୋତଲ । ହେଲେ ଉଦ୍‌ବେଗର ବିଷୟ ଯେ, ବର୍ତମାନ ନିମ୍ନମାନର ପାଣି ବୋତଲ ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ପୌରାଂଚଳ ବଜାରରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି । ସହରରେ ନିମ୍ନମାନର ପାଣି ବୋତଲର ଅବାଧ ବିକ୍ରି ବଢିବାରେ ଲାଗିଛି । ହାତଗଣତି ଭଲ କମ୍ପାନୀର ଉତ୍ପାଦ ପାଣି ବିକ୍ରି ହେଉଥିବା ବେଳେ ପ୍ରାୟ ୧୦ରୁ ଅଧିକ କମ୍ପାନୀର ନିମ୍ନମାନର ପାଣିବୋତଲ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଉଛି, ତାହା ବି ପୁଣି ଲିଟର ପିଛା ୨୦ ଟଙ୍କାରେ ।
ସୂଚନା ମୁତାବକ ଗତ କିଛି ବର୍ଷ ହେବ ପାନୀୟ ଜଳ ରୂପେ ପାଣି ପ୍ୟାକେଟ ଏକ ଫେସନରେ ପରିଣତ ହୋଇଯାଇଛି । ଭୋଜିଭାତରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟରେ କୌଣସି ଛୋଟବଡ଼ କାର୍ଯ୍ୟକ୍ରମରେ ପ୍ରଥମେ ଲୋଡ଼ା ପଡ଼ୁଛି ପାଣି ବୋତଲ । ୨୦୦ ମିଲି ଠାରୁ ଆରମ୍ଭ କରି ୩୦୦ମିଲି, ୫୦୦ମିଲି ଓ ଏକ ଲିଟର ଓ ୨ଲିଟିର ବିଶିଷ୍ଟ ପାଣି ବୋତଲ ବିକ୍ରି ହେଉଛି । କିନ୍ତୁ ଉଦବେଗର ବିଷୟ ଏହା ଯେ, ଗତ କିଛି ବର୍ଷ ହେଲା କିଛି ହାତଗଣତି ସରକାର ସ୍ୱୀକୃତିପ୍ରାପ୍ତ ପାଣି ବୋତଲ ବିକ୍ରି ହେଉଥିବା ବେଳେ ବର୍ତମାନ ଏହାର ସଂଖ୍ୟା ବଢିବାରେ ଲାଗିଛି । ୨୦୦୬ ମସିହାରୁ ଦେଶରେ ପ୍ରଚଳିତ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ ଆଇନ ହେବା ପରେ ସମସ୍ତ ପାନୀୟ ଜଳ ଉଦ୍ୟୋଗୀଙ୍କୁ ଆଇଏସଆଇ ସହିତ ସମସ୍ତ ନିୟମ ପାଳନ କରୁଥିବା ସରକାରଙ୍କ ଦ୍ୱାରା ପଂଜିକୃତ ଏଫଏସଏସଆଇ ଟ୍ରେଡ଼ ମାର୍କ ଆବଶ୍ୟକ ପଡ଼ୁଥିବା ବେଳେ ଅନେକ କମ୍ପାନୀର ସ୍ୱଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ବିଭିନ୍ନ ବେନାମୀ କମ୍ପାନୀର ଅତ୍ୟନ୍ତ ନିମ୍ନମାନର ପାଣିବୋତଲ ବିକ୍ରି ହେଉଥିଲେ ମଧ୍ୟ ସତେ ଯେପରି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କୌଣସି ଖବର ନାହିଁ । ଅନେକ ସମୟରେ ପାଣି ବୋତଲ ମଧ୍ୟରେ କିଛି ପଦାର୍ଥ ଭାସୁଥିବାର ନଜର ଆସିଥିବା ବେଳେ ପାଣିର ସ୍ୱାଦ ମଧ୍ୟ ଅତ୍ୟନ୍ତ ନିମ୍ନମାନର । ଏ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ