ନିମ୍ନ ପ୍ରାଥମିକ ବୃତ୍ତି ପରୀକ୍ଷା ଅନୁଷ୍ଠିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ତୃତୀୟ ଶ୍ରେଣୀ ନିମନ୍ତେ ଚଳିତ ଶିକ୍ଷା ବର୍ଷର ନିମ୍ନ ପ୍ରାଥମିକ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି। ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ୨ ଟି ପରୀକ୍ଷା କେନ୍ଦ୍ର ଆୟୋଜିତ ହୋଇଥିଲା।କେନ୍ଦ୍ର ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ୱାବଧାନରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମୋଟ ୬୧ ଜଣ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ କରିବା ପାଇଁ ସ୍ଥିରୀକୃତ ହୋଇଥିଲା।ସେଥି ମଧ୍ୟରୁ ୫୯ ଜଣ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲା ବେଳେ ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।ସେହିପରି ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ପରୀକ୍ଷା କେନ୍ଦ୍ରରେ ସମୁଦାୟ ୬୦ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୫୩ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।ଅବଶିଷ୍ଟ ୭ ଜଣ ଅନୁପସ୍ଥିତ ଥିଲେ।କରୋନା ଏବଂ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ନିୟମ ଅନୁପାଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ମାସ୍କ,ସାନିଟାଇଜେର ଓ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀଙ୍କୁ ନେଇ ଉକ୍ତ ପରୀକ୍ଷା ଆୟୋଜିତ ହୋଇଥିଲା।ପରୀକ୍ଷା କେନ୍ଦ୍ରରେ ଉପେନ୍ଦ୍ର ସାବତ,ଶ୍ୱେତା ସେଥି,ଭାରତୀ ଚୌଧୁରୀ ଓ ପ୍ରଜ୍ଞା ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ବ୍ଲକ ସ୍ତରରେ ଆୟୋଜିତ ୨ ପରୀକ୍ଷା କେନ୍ଦ୍ରରେ ୧୦ ଘଣ୍ଟା ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସୁଚାରୁରୂପେ ପରୀକ୍ଷା ସମ୍ପନ୍ନ ହୋଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଲ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ର ସଂପୃକ୍ତ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।


