ନିଯୁକ୍ତି ଦାବି ନେଇ ମୃତ କର୍ମଚାରୀଙ୍କ ପରିବାର ବର୍ଗ ଆନ୍ଦୋଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା କମ୍ପାନୀରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା ଦାବି ନେଇ ଚାଲିଥିବା ଆନ୍ଦୋଳନ ୪ର୍ଥ ଦିନରେ ପହଂଚିଛି । ଚାରି ଦିନ ବିତିଯାଇଥିଲେ ବି ସେମାନଙ୍କ ଗୁହାରି କେହିବି ଶୁଣୁନାହାନ୍ତି ତେଣୁ ସେମାନେ ସମୂହ ଆତ୍ମହୁତି ଦେବେ ବୋଲି ନିଷ୍ପତି ନେଇଛନ୍ତି ଆନ୍ଦୋଳନକାରୀ । ଆଇଆରଇ ଫାଟକ ସମ୍ମୁଖରେ ହିଁ ଆତ୍ମହୁତି ଦେବେ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏଥିପାଇଁ ଜିଲାପ୍ରଶାସନ ଓ ଆଇଆରଇ କତୃପକ୍ଷ ହିଁ ଦାୟୀ ରହିବେ ବୋଲି କହିଛନ୍ତି । ସୂଚନା ଥାଉକି ଚଳିତ ମାସ ୧୧ ତାରିଖରେ ମୃତ କର୍ମଚାରୀଙ୍କ ପରିବାର ବର୍ଗ ପକ୍ଷରୁ ନିଯୁକ୍ତି ଦାବୀନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୂର୍ବରୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ନ ହୋଇଥିବାରୁ କହିଛନ୍ତି । ଏନେଇ ପୂର୍ବରୁ ଜିଲାପାଳ,ଉପଜିଲାପାଳ ,ଆରଡିସି , ଆଇଆରଇ କତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ବି କୈାଣସି ସୁଫଳ ମିଳୁନାହିଁ । ୨୦୧୫ ରୁ ୨୦୧୮ ମଧ୍ୟରେ ମାତ୍ର ୨୩ଜଣ ଲୋକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆହରୁ ୪୦ ରୁ ଉର୍ଦ୍ଧ ବ୍ୟକ୍ତି ନିଯୁକ୍ତି ମିଳିନଥିବା କହିଥିଲେ । ୨୦୧୯ରୁ ଜଣକୁ ବି ନିଯୁକ୍ତି ମିଳିନାହିଁ । ଏହି ଆନ୍ଦୋଳନରେ ନୃସିଂହ ଗୌଡ, ଅବନୀ କାନ୍ତ ସାହୁ, ରଞ୍ଜିତ କୁମାର ବେହେରା, ବିଘ୍ନେଶ୍ୱର ଶଣ୍ଢ, ମହମଦ ମହସିନ, ରବିନ୍ଦ୍ର ନାଥ ମୁଦୁଲି, ପ୍ରମିତା ପ୍ରଧାନ, ନେତ୍ରା ସାହୁ, ସାରଥି ବେହେରା ଓ ଆଶିଷ ମହାପାତ୍ରଙ୍କ ସମେତ ବହୁ ପରିବାର ବର୍ଗ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ