ନିଯୁକ୍ତି ଦାବି ନେଇ ମୃତ କର୍ମଚାରୀଙ୍କ ପରିବାର ବର୍ଗ ପକ୍ଷରୁ ଆଇଆରଇ ଏଲ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କୁ ଓଲ୍ହାଇଲେ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା କମ୍ପାନୀରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା ଦାବି ନେଇ ଚାଲିଥିବା ଆନ୍ଦୋଳନ କୁ ତୀବ୍ର କରାଯାଇଛି । ବହୁ ଦିନ ବିତିଯାଇଥିଲେ ବି ସେମାନଙ୍କ ଗୁହାରି କେହିବି ଶୁଣୁନାହାନ୍ତି ତେଣୁ ସେମାନେ ବାଧ୍ୟ ହୋଇ ବୁଧବାର ଆଇଆରଇ ଏଲ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କୁ ଓଲ୍ହାଇଛନ୍ତି ଆନ୍ଦୋଳନକାରୀ । ସୂଚନା ଥାଉକି ଯେ ମୃତ କର୍ମଚାରୀ ଙ୍କ ପରିବାର ବର୍ଗ ରୁ ଆଇ ଆର ଇ ଏଲ ପକ୍ଷରୁ ୨୦୧୫ ରୁ ୨୦୧୮ ମଧ୍ୟରେ ମାତ୍ର ୨୩ଜଣ ଲୋକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆହରୁ ୪୦ ରୁ ଅଧିକା ବ୍ୟକ୍ତି ନିଯୁକ୍ତି ମିଳି ନଥିବା ସେମାନେ କହିଥିଲେ । ୨୦୧୯ରୁ ଜଣକୁ ବି ନିଯୁକ୍ତି ମିଳିନାହିଁ । ଏହି ଆନ୍ଦୋଳନରେ ଶ୍ରୀରାମପୁର ପଂଚାୟତ ର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ,ଅଜୟ ଚୌଧୁରୀ,ନୃସିଂହ ଗୌଡ, ଅବନୀ କାନ୍ତ ସାହୁ, ରଞ୍ଜିତ କୁମାର ବେହେରା, ବିଘ୍ନେଶ୍ୱର ଶଣ୍ଢ, ମହମଦ ମହସିନ, ପ୍ରମିତା ପ୍ରଧାନ, ନେତ୍ରା ସାହୁ, ରବିନ୍ଦ୍ର ବେହେରା ଓ ସାରଥି ବେହେରା ଙ୍କ ସମେତ ବହୁ ପରିବାର ବର୍ଗ ସାମିଲ ଥିଲେ ।