ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗର ଏକ ତାଲିମ ପ୍ରଦାନକାରୀ ସଂସ୍ଥା ଏଲ.ଆଣ୍ଡ ଟି., କଟକ ଏହି ଶିବିରରେ ଯୋଗଦେଇ ଥିଲେ । ନିର୍ମାଣ ବିଭାଗରେ ପ୍ରଦାନ କରାଯାଉଥିବା ତାଲିମ ଏବଂ ତାଲିମ ପରେ ସେହି ଏଲ.ଆଣ୍ଡ ଟି. କମ୍ପାନୀରେ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ସ୍ଥିରିକୃତ ହୋଇଅଛି । ଏହି ଶିବିରକୁ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଦକ୍ଷତା ବିକାଶ ତାଲିମ ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଏବଂ ଶିଶୁ ସୁରକ୍ଷା ପରାମର୍ଶ ଦାତ୍ରୀ କନକଲତା ବେହେରା, କୈଶୋର ସଶକ୍ତିକରଣ ଏବଂ ବାଲ୍ୟ ବିବାହ ଜିଲ୍ଲା ସଂଯୋଜିକା ଅମିତା ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ । ଏଲ.ଆଣ୍ଡ ଟି.ର ଇଂ ଦେବାଶିଷ ମହାନ୍ତି, ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏଲ.ଆଣ୍ଡ ଟି. କମ୍ପାନୀ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଏହି ଶିବିରରେ ୧୩୫ଜଣ ପିଲା ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ଜଣଙ୍କୁ ତାଲିମ ପାଇଁ ଚୟନ କରାଯାଇଥିଲା ।