ନିରାଶ୍ରୟ ଲୋକଙ୍କୁ କମ୍ବଳ ବଂଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ରାସ୍ତା କଡରେ ଶୋଇଥିବା ଅସହାୟ ନିରାଶ୍ରୟ ଲୋକମାନଙ୍କୁ ଶୀତ ଦାଉରୁ ରାକ୍ଷା କରିବା ନିମନ୍ତେ କମ୍ବଳ ବଂଟନ କରାଯାଇଛି । ଏହି ଅବସରରେ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଇଂ ଭଗବାନ ବିଶ୍ୱାଳଙ୍କ ସହଯୋଗରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ କମ୍ବଳ ବଂଟନ କାର୍ଯ୍ୟ ହୋଇଥିଲା । ଏଥିରେ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ନିରଞ୍ଜନ ବଳ, ରଞ୍ଜନ କୁମାର ପଣ୍ଡା, ଅରୁଣ ପ୍ରସାଦ ଦାସ, ଦିନେଶରାଜ ସିଂ, ସମାଜସେବୀ ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ମାନସ ମହାନ୍ତି, କ୍ଷୀରୋଦ କୁମାର ସାହୁ, ସେକ ୟୁସୁଫ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ