ନିରାଡ଼ମ୍ବର ଭାବେପାଳିତ ହେଲା ଜାତୀୟ ଯୁବ ଦିବସ

ଛତ୍ରପୁର, (ଦେବଦତ୍ତ ମହାରଣା) :ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ନରେନ୍ଦ୍ରପୁର, ଲଷ୍ମୀପୁର, ସୁନ୍ଦରପୁର, ଆର୍ଯ୍ୟପଲ୍ଲୀ, କଣମଣା, ଟାଙ୍ଗଣାପଲ୍ଲୀ, ନୋଳିଆନୁଆଗାଁ, ଚମାଖଣ୍ଡି ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଓ ଅରୋଗ୍ୟ କେନ୍ଦ୍ର ରେ ଆଜି ଜାତୀୟ ଯୁବ ଦିବସ କୋଭିଡ ନିୟମ ପ୍ରକାରେ ପାଳିତ ହୋଇଯାଇଛି । ପ୍ରାରମ୍ଭ ରେ ମୁନିସି ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ସୁପରିନଣ୍ଟେଣ୍ଡ ଡାକ୍ତର ସୁଦର୍ଶନ ସାହୁ ଙ୍କ ଅଧ୍ୟକ୍ଷତାରେ ରେ ଭିସି ମାଧ୍ୟମ ରେ ଏହାର ପରିଚାଳନା କରିଥିଲେ। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଜାତୀୟ ଯୁବ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଉକ୍ତ ଦିବସ ୧୯୮୪ ମସିହା ରୁ ପାଳିତ ହେଇଆସୁଛି । ଯୁବ ବର୍ଗ ଦେଶ ର ସମୁଦାୟ ଜନ ସଂଖ୍ୟା ର ଏକ ତୃତୀୟାଂଶ ହୋଇଥିବାରୁ ଓ ଦେଶ ର ଭବିଷ୍ୟତ ଏହି ବର୍ଗ ଉପରେ ନିର୍ଭର କରେ ତେଣୁ ସଚେତନତା ଓ ସଂକଳ୍ପ ର ସହ ଆଗକୁ ବଢିବା ଦରକାର । ଆପଣ ନିଜକୁ ଯେମିତି ଭାବିବେ ଆପଣ ସେମିତି ହିଁ ହେଇଯିବେ । ଏହିପରି ବହୁ ବାର୍ତା ପ୍ରଦାନ କରାଯାଇଥିଲା । ସଞ୍ଜୟ ସ୍ୱାଇଁ, କିରଣ କୁମାର ପଣ୍ଡା, ରଶ୍ମି ସ୍ୱାଇଁ, ସବିତା କୋଠିଆ, ଲଳିତା ମହାନାଦିଆ ଓ ଅନ୍ୟ ୮ଜଣ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଗ୍ରାମ ରେ ଉକ୍ତ ଦିବସ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ