ନିରୁତ୍ତର ପ୍ରଶାସନ,ଅସନ୍ତୋଷ ଦେଓଗାଁ ଗ୍ରାମବାସୀ

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ତରଫରୁ ପଠାଯାଇଥିବା।ଆକ୍ସନ ପ୍ଲାନକୁ ଅଣଦେଖା କରି ଅର୍ଥ ଆବଣ୍ଟନ କରାଯିବା ଫଳରେ ଦୀର୍ଘ ଦିନ ହେଲା ଏହି ପଞ୍ଚାୟତ ର ଜାମଜୋର୍,ମାଟିଆ ମହଗାଁ ର ନିରୀହ ଜନତା ବେଶ୍ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ଏହାକୁ ନେଇ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଆଦି ଅଧିକାରୀ ଙ୍କୁ ଲିଖିତ ସମାଧାନ ପାଇଁ ଆବେଦନ କରିଥିଲେ ହେଁ ପ୍ରଶାସନ କୌଣସି ଉତ୍ତର ଆଜିଯାଏଁ ଦେଇନଥିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଓଗାଁ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଯେଉଁ ଅନୁଦାନକୁ ପଞ୍ଚାୟତ ସମଭାବରେ ୪ଖଣ୍ଡ ଗାଁ ଦେଓଗାଁ, ମାଟିଆ, ଜାମଜୋର୍ ଓ ମହଗାଁ କୁ ଆକ୍ସନ ପ୍ଲାନରେ ସମଭାବରେ ବଣ୍ଟନ କରିଥିଲା । ହେଲେ କେଉଁ ଆଇନ ବଳରେ ପଞ୍ଚାୟତ ରେ ଅନୁଷ୍ଠିତ ଗ୍ରାମସଭାରେ ପାରିତ ଆକ୍ସନ ପ୍ଲାନକୁ ହଟେଇଦେଇ କେବଳ ଦେଓଗାଁ କୁ ଏକତରଫା ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯାହା ଫଳରେ ବାକି ତିନିଖଣ୍ଡ ଗାଁର ବିକାଶ ଆଜି ବଳି ପଡିଛି । ପ୍ରଶାସନ ତୁରନ୍ତ ଏହାର ସମାଧାନ କରି ପଞ୍ଚାୟତ ଆକ୍ସନ ପ୍ଲାନ ଅନୁଯାୟୀ ତୁରନ୍ତ କାର୍ଯ୍ୟକାରୀ କରି ଏହାର ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ