ନିରୁଦ୍ଧିଷ୍ଟ ଯୁବକ ଙ୍କ ମୃତ ଦେହ ଉଦ୍ଧାର

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ତିତ ମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରୁ ନିରୁଦ୍ଧିଷ୍ଟ ଥିବା ଜଣେ ଯୁବକ ର ମୃତ ଦେହ ଉଦ୍ଧାର ହୋଇଛି ।ଦୀପକ ସିହ୍ନ। ଙ୍କ ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ତାଙ୍କ ସାନଭାଇ ସରୋଜ ସିହ୍ନ।(୩୦) ଗତ ତା ୬/୧୨/୨୦୨୨ରିଖ ସନ୍ଧ୍ୟା ସମୟରୁ ନିଖୋଜ ଥିଲେ ।ବହୁ ଖୋଜାଖୋଜି କରି ନ ପାଇବାରୁ ଏ ନେଇ ସେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଯୋଡ଼ା ଥାନାରେ ଏ ନେଇ ଏକ ନିରୁଦ୍ଧିଷ୍ଟ୍ ମାମଲା ମଧ୍ୟ ରୁଜୁ ହୋଇଛି ।ତେବେ ସରୋଜ ଙ୍କ ମୃତ ଦେହ ପଶ୍ଚିମ ବଙ୍ଗ ରାଜ୍ୟ ଟମଣ। ଥାନା ଅଂଚଳରେ ପଡ଼ିଥିବା କୌଣସି ସୂତ୍ର ରୁ ଖବର ପାଇଥିଲେ ।ଏ ନେଇ ସରୋଜ ଙ୍କ ବଡ଼ ଭାଇ ଦୀପକ ସିହ୍ନ। ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ସେ ତାଙ୍କ ସାନ ଭାଇ ର ମୃତ ଦେହ କୁ ଉକ୍ତ ଅଞ୍ଚଳରୁ ଆଣୁଛନ୍ତି,ଆଣିବା ପରେ ସରୋଜ ଙ୍କ ମୃତ୍ୟୁ ସମ୍ପର୍କରେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିବେ ବୋଲି କହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ