ନିର୍ଦ୍ବନ୍ଦରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ବିଜେଡିର କୁନ୍ତଳା ମଲ୍ଲିକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ବିଜୁଜନତାଦଳର କୁନ୍ତଳା ମଲ୍ଲିକ ନିର୍ବାଚିତ ହୋଇଥିବାର ଜଣାପଡିଛି । ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋହନା ବ୍ଲକର ଜିଲ୍ଲାପରିଷଦ ଜୋନ୍ ୮ର ଜିଲ୍ଲାପରିଷଦ ସଭ୍ୟା ଭାବେ ବିପୁଳ ପରିମାଣ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ । ଅନୁଷ୍ଠିତ ହୋଇଥିବା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ମୋହନା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନଂ.୮ରୁ ସଭ୍ୟା ଭାବେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଥିବା କୁନ୍ତଳା ମଲ୍ଲିକ ନିର୍ଦ୍ବନ୍ଦ୍ବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାର ଜିଲ୍ଲା ପଞ୍ଚାୟତ ଅଧକାରୀଙ୍କ କାର୍ଯ୍ୟାଳୟ ସୂତ୍ରୁ ଜଣାପଡିଛି । ଆଜି ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରକ୍ରିୟା ବେଳେ ସମସ୍ତ ଜିଲ୍ଲାପରିଷଦ ସଭ୍ୟସଭ୍ୟାଙ୍କ ସମେତ ଦଳୀୟ ନେତୃତ୍ବବୃନ୍ଦ ଉପସ୍ଥିତଥିଲେ । ନବନିର୍ବାଚିତ ଉପାଧ୍ୟକ୍ଷ ଗଜପତିଜିଲ୍ଲାରେ ବିଜୁ ଜନତା ଦଳକୁ ଅକୁଣ୍ଠ ସମର୍ଥନ ଜଣାଇଥିବାରୁ ଜିଲ୍ଲାବାସୀଙ୍କୁକୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀମତୀ ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାକୁ ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଦଣ୍ଡାସୀ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ବରିଷ୍ଠନେତା ଡ.ତିରୁପତି ପ୍ରାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ପୂବର୍ତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସ ପ୍ରମୁଖଙ୍କ ସମେତ ଜିଲ୍ଲା ବିଜେଡି ନେତୃତ୍ବ ବୃନ୍ଦ ଶୁଭେଚ୍ଛା ଜଣାଛନ୍ତି । ଏନେଇ ନବନିର୍ବାଚିତ ଉପାଧ୍ୟକ୍ଷା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ଓ ବିକାଶ ମୂଳକ ପଦକ୍ଷେପ ଗୁଡିକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରାଥମିକତା ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।


