ନିର୍ବାଚନରେ ଉତ୍ତମ ପ୍ରାର୍ଥୀ ଚୟନ ନେଇ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ତରଫରୁ ଜନ ସଚେତନତା କାର‌୍ୟ୍ୟକ୍ରମ ପାଇଁ ନିଷ୍ପତ୍ତି

ନିର୍ବାଚନରେ ଉତ୍ତମ ପ୍ରାର୍ଥୀ ଚୟନ ନେଇ ଓଡ଼ିଶା ଦୁର୍ନୀତି ସଂଘର୍ଷ
ମଞ୍ଚର ତରଫରୁ ଜନ ସଚେତନତା କାର‌୍ୟ୍ୟକ୍ରମ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର, ୧୫.୦୩ : ଗତକାଲି ଅପରାହ୍ଣରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଚିନ୍ତାମଣିଶ୍ୱର ବାସଭବନଠାରେ ମଞ୍ଚର ଏକ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନିର୍ବାଚନରେ ଭୋଟରମାନେ କିପରି ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ, ସେଥିପାଇଁ ବିଭିନ୍ନ ସ୍ଥାନରେ ଓ ମଞ୍ଚର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଶାଖାମାନଙ୍କରେ ଜନସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏତଦ୍ବ୍ୟତୀତ ଭୁବନେଶ୍ୱରଠାରେ ସବୁ ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣଙ୍କ ଉପସ୍ଥିତିରେ ‘ନିର୍ବାଚନରେ ଉତ୍ତମ ପ୍ରାର୍ଥୀ ଚୟନ-ଭୋଟରଙ୍କ ଦାୟିତ୍ୱ ଓ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅଳ୍ପଦିନ ମଧ୍ୟରେ ଅନୁଷ୍ଠିତ ହେବ । ଏହି ବୈଠକରେ ମଞ୍ଚର ରାଜ୍ୟ ସାଧାରଣ ସଂପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଗତ ବୈଠକର ବିବରଣୀ ପ୍ରଦାନ କରିଥିଲେ ଓ ବିଭିନ୍ନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରିବାରେ ସାହାଯ୍ୟ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ପୂର୍ବତନ ଅଧ୍ୟକ୍ଷ ଉମାଚରଣ ମିଶ୍ର, ଉପସଭାପତି ଇଂ ବଂଶୀଧର ପାଢୀ, ସହ ସଂପାଦକ କ୍ଷିତିଶ ପାଲଟା ସିଂ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଉପାସନା ରାଓ, ପ୍ରଭାତ କୁମାର ସାହୁ, ମହିଳା ମୋର୍ଚ୍ଚା ଆବାହିକା ବନଜାବାସିନୀ ତ୍ରି ।ଠୀ, ଗୌରପ୍ରସନ୍ନ ମିଶ୍ର, କାମିନୀ ମୋହନ ସାମନ୍ତରାୟ, ଇଂ ତରୁଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରି•ଳନାରେ ସାହାଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ