ବେଲଗୁଣ୍ଠା ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ) ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ସହରରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ନିର୍ବାଚନ ନିରପେକ୍ଷ ଓ ଅପରାଧ ମୁକ୍ତ କରାଇବା ପାଇଁ ପୋଲିସ ତରଫରୁ ଜନସାଧାରଣ ଙ୍କୁ ସଚେତନତା କରାଯାଇଛି ।ବେଲଗୁଣ୍ଠା ସହରର ହାଟପଦା ,ଜଗନ୍ନାଥ ପ୍ରସାଦ ଛକ, ବାଲିପଦର ରୋଡ , ପେଣ୍ଠ ସାହି , ବାଙ୍କ ବଜାର , କୋଳି ସାହିରେ ଫ୍ଲାଗମାର୍ଚ୍ଚ ହୋଇଥିଲା । ପୋଲିସର ଫ୍ଲାଗ ମାର୍ଚ୍ଚରେ ଭଞ୍ଜନଗର ଏସ.ଡିପ.ିଓ ଓ ଏସ୍ .ଏସ୍ ,ମିଶ୍ର ,ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ