ନିର୍ବାଚନ କାର୍ଯ୍ୟରେ ଯୋଗ ନ ଦେବାରୁ ୩୧ଟି ଗାଡି ମାଲିକ ନାମରେ ପରୱାନା ଜାରୀ

ବାଲେଶ୍ୱର, ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ସଂଚାଳନ ସକାଶେ ଆବଶ୍ୟକ ଯାନବାହାନ ଠୁଳ କରିବା ସକାଶେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ କିସମର ଯାନକୁ ସରକାରୀ ଭାବେ ଅଧିକୃତ କରାଯାଇଥିଲା । ଏମାନଙ୍କୁ ଅପ୍ରେଲ ୨୩ ତାରିଖରେ ରିଜର୍ଭ ପୋଲିସ ପଡିଆରେ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି ସୁଦ୍ଧା ୩୧ଟି ଅଧିକୃତ ଯାନ ରିପୋର୍ଟ ନକରିବାରୁ ଜନପ୍ରତିନିଧି ଆକ୍ଟ-୧୯୫୧ ଅନୁଯାୟୀ ଏହି ୩୧ଟି ଯାନର ମାଲିକମାନଙ୍କ ନାମରେ ପରୱାନା ଜାରୀ କରାଯାଇଛି । ଯେଉଁମାନେ ଏହି ୱାରାଣ୍ଟ ତାଲିକାରେ ଅଛନ୍ତି ସେମାନେ ହେଲେ ପଦ୍ମଲୋଚନ ସାହାଣୀ, ଗୌରୀ ଶଙ୍କର ଦାସ, କରୁଣା କର କବି, ଦେବାଶିଷ ମହାନ୍ତି, ସୁବ୍ରତ କୁମାର ମହାନ୍ତି, ସାଧନା ସାମଲ, ମିନତୀ ସାହୁ, ବିମଳ ପଣ୍ଡା, ତୁଳସୀ ଦାସ (ମା’ ତାରିଣୀ ଏସ.ଏ.ଜି), ଆଶାଲତା ପାଣିଗ୍ରାହୀ, ମିନତୀ ରଥ, ମନୋରଞ୍ଜନ ମହାପାତ୍ର, ତପନ କୁମାର ସିଂ, ସୁରେନ୍ଦ୍ର ପ୍ରସାଦ ନାୟକ, ମୀର ଲତିଫୁର ରେହମନ୍, ଶ୍ରୀଧର ପରିଡା, ବବ୍ରୁ ବାହାନ ମହାଳିକ, ବିଶ୍ୱ ରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦତ୍ତ, ଦୀନବନ୍ଧୁ ପରିଡା, ବ୍ରଜ କିଶୋର ଦାସ, ସପନ ମହାନ୍ତି, ମାନସ ରଞ୍ଜନ ପଣ୍ଡା, ମନୋରଞ୍ଜନ ବାରିକ, ସ୍ନେହାଶିଷ ପଣ୍ଡା, ବଳରାମ ପାଣ୍ଡୁଆ, ସୁଜିତ କୁମାର ମୁଦୁଲି, ଅନୀତା ପାଇକରାୟ, ଜତିନ୍ଦ୍ର ନାଥ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବେହେରା, କାର୍ତ୍ତିକ ଚନ୍ଦ୍ର ପ୍ରଧାନ । ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଉକ୍ତ ମାଲିକମାନଙ୍କ ଅସହଯୋଗ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ରାଉତ ଏହି ଆଦେଶ ପ୍ରଦାନ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ