ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦଶପଲ୍ଲା ଗ୍ରସ୍ତ

ଦଶପଲ୍ଲା (ଯୁଗାଦ୍ଧ ନ୍ୟୁଜ): ନିର୍ବାଚନ ପର୍ଯ୍ୟବେକ୍ଷକ ସୋରୋପ୍ ପି. (ଜେନେରାଲ) ସୋମବାର ଦଶପଲ୍ଲା ବ୍ଲକ ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ପରିଦର୍ଶନ ପରେ ପଞ୍ଚାୟତ ସମିତି ସଭାଗୃହରେ ନିର୍ବାଚନ ସମ୍ପର୍କିତ ସମସ୍ତ ବିଷୟରେ ଜିଲ୍ଲା ଓ ବ୍ଲକର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ଜଣାପଡିଛି । ପର୍ଯ୍ୟବେକ୍ଷକ ସୋରୋପ୍ ପି. ଦଶପଲ୍ଲାରେ ପହଞ୍ଚିବା ପରେ ବିଡିଓ ଦେବୀପ୍ରସାଦ ମହାନ୍ତି ଓ ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ସହ ବିଭିନ୍ନ ନିର୍ବାଚନୀ ସ୍ଥାନ ଗସ୍ତ କରିଥିଲେ । ପ୍ରଥମେ ସାତପାଟଣାସ୍ଥିତ ୨ଟି ବୁଥ୍ ପରିଦର୍ଶନ ପରେ ଟାଙ୍ଗିଆପଲ୍ଲୀ ଓ ଖମାରସାହିର ବିଭିନ୍ନ ବୁଥ୍ ବୁଲି ଦେଖିଥିଲେ । ପ୍ରତ୍ୟେକ ବୁଥ୍ରେ ଭୋଟରଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପରେ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ନିର୍ବାଚନୀ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିଲେ ନିର୍ବାଚନ ସମୟରେ କିଭଳି ଅର୍ଥ କାରବାରକୁ ରୋକାଯାଇପାରିବ, ବିଭିନ୍ନ ବ୍ୟକ୍ତିଙ୍କୁ ଧମକ ଚମକ ଦିଆଯାଉଥିଲେ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚେକ୍ ପଏଣ୍ଟ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲାପାଳ ଏନ୍. ତିରୁମାଳା ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶିଭୁଷଣ ଶତପଥି, ଏଡିଏମ୍, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ, ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ସମସ୍ତ ଥାନାଧିକାରୀ, ବିଡିଓ, ତହସିଲଦାର, ସେକ୍ଟର ଅଫିସର, ଫ୍ଲାଇଂସ୍କ୍ୱାର୍ଡ, ଏସ୍ଏସ୍ଟି ଓ ଭିଏସ୍ପିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ