ନିର୍ବାଚନ ପର୍ଯ୍ୟବେକ୍ଷକଙ୍କର ସମୀକ୍ଷା ବୈଠକ
ପୁରୀ(ଯୁଗାବ୍ଦ ନ୍ୟୁଜ): ୨୦୧୯ ସାଧାରଣ ନିର୍ବାଚନ ପାଇଁ ପୁରୀ ଲୋକଭସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ପୁରୀ ସଦର, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ନିର୍ବାଚନ କମିଶନଙ୍କ ତରଫରୁ ଦିଲ୍ଳୀଫ ଜତ୍ୱାଲିକର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି । ସେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବେ । ନିର୍ବାଚନ ସମୟରେ କିଛି ତଥ୍ୟ ବା ସୂଚନା ଦେବାକୁ ସାଧାରଣ ଲୋକ ଚାହୁଁଥିଲେ ପର୍ଯ୍ୟବେକ୍ଷକଙ୍କ ମୋବାଇଲ ନଂ ୯୪୩୮୪୯୩୮୨୪ରେ ଯୋଗାଯୋଗ କରିପାରିବେ । ପର୍ଯ୍ୟବେକ୍ଷକ ଶ୍ରୀ ଜତ୍ୱାଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ନିର୍ବାଚନ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ । ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି, ନିର୍ବାଚନ ସଭା, ରାଲି, ପ୍ରଚାର ଗାଡି ଅନୁମତି ଦେବା, ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ, ଭିଡିଓ ରେକର୍ଡିଂ, ଫ୍ଲାଇଂସ୍କ୍ୱାର୍ଡ କିପରି କାର୍ଯ୍ୟ କରିବେ ସେ ନେଇ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ବୈଠକରେ ଜିଲାପାଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।


