ନିର୍ବାଚନ ମଇଦାନରେ ୧୦୫୧ପ୍ରାର୍ଥୀ
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ୟାହାର ପ୍ରକ୍ରୀୟା ସରିଯିବା ପରେ ପ୍ରାର୍ଥୀ ମାନଙ୍କୁ ଚିହ୍ନ ଦିଆଯାଇଛି । ଆଜିଠାରୁ ପ୍ରାର୍ଥୀମାନେ ଘରଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଏବେ ମୋଟ ୧୦୫୧ଜଣ ପ୍ରାର୍ଥୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅବତିର୍ଣ୍ଣ ହୋଇଛନ୍ତି । ଏହି ବ୍ଲକର ଇଞ୍ଚୋଳ, ବାଲିବରେଇ, ବାଙ୍ଗୋର, ସମଣା ଆଦି ପଞ୍ଚାୟତରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଏହିସବୁ ପଞ୍ଚାୟତରେ ସରପଞ୍ଚ ପାଇଁ ୨ଜଣ ଲେଖାଏଁ ପ୍ରାର୍ଥୀ ଥିବାବେଳେ ବଞ୍ଚୋ , ପଞ୍ଚୁଗୋଛିଆ ଓ କେ ବାଲିପାଳ ପଞ୍ଚାୟତରେ ସରପଞ୍ଚ ପାଇଁ ସର୍ବାଧିକ ୭ଜଣ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ପଞ୍ଚୁଗୋଛିଆ, ଇଞ୍ଚୋଳ, ବାଙ୍ଗୋର ପଞ୍ଚାୟତରେ ସମିତିସଭ୍ୟ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ବଞ୍ଚୋରେ ୮ଜଣ, ଶାସଙ୍ଗ,ଅକରୁଆ, ଜମ୍ଭୀରା, ହାଟଡିହି, ପନ୍ଦାଡୋ, ବଡରମ୍ପାସ, ଷଡଙ୍ଗ ପ୍ରଭୃତି ପଞ୍ଚାୟତରେ ସମିତିସଭ୍ୟ ଭାବେ ୬ଜଣ ଲେଖାଏଁ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ୩୧ଟି ପଞ୍ଚାୟତରେ ସରପଞ୍ଚ ପାଇଁ ୧୨୩ଜଣ, ସମିତିସଭ୍ୟ ପାଇଁ ୧୪୧ଜଣ ଓ ୱାର୍ଡସଭ୍ୟ ପାଇଁ ୭୭୪ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ୪ଟି ଜିଲ୍ଲାପରିଷଦ ଜୋନରେ ୧୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଥିବା ଜଣାଯାଇଛି ।