ନିର୍ବାଚନ ମଣ୍ଡଳୀ ମୋ ପରିବାର : ମନେରଖିଛନ୍ତି ମନ୍ତ୍ରୀ 

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଶ୍ରୀକାନ୍ତ ସାହୁଙ୍କ ୮ ବର୍ଷର ଜନସେବାରେ ସନ୍ତୁଷ୍ଟ ହୋଇ ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନିଜର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି । ବିଧାୟକ ଥିବା ସମୟରେ ଶ୍ରୀ ସାହୁ ଦଳ, ମତ ନିର୍ବିଶେଷ ରେ ସମସ୍ତଙ୍କ ବିପତ୍ତି ସମୟରେ ସେ ନିଶ୍ଚିତ ଭାବେ ସେମାନଙ୍କ ପରିବାର ନିକଟକୁ ଯାଉଥିଲେ। ଶ୍ରୀ ସାହୁ କହିଥିଲେଯେ ନିର୍ବାଚନ ମଣ୍ଡଳୀର ସମସ୍ତେ ମୋ ପରିବାର। ଦୁର୍ଘଟଣା ରେ ଆହତ ଓ ମୃତ୍ୟୁ, ଅକାଳ ମୃତ୍ୟୁ ଏବଂ ବିଭିନ୍ନ ଦୈବୀ ଦୁର୍ଘଟଣା ଘଟିଥିବା ପରିବାର ନିକଟରେ ନିଶ୍ଚିତ ପହଞ୍ଚି ଆଲୋଚନା କରିଥାନ୍ତି । ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଥାନ୍ତି। ପୋଲସରା ଏନଏସି ର ୧୬ ନଂ ୱାର୍ଡ ନୂଆ ସାହିର ଏନ ଦେବରାଜ ପାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଜୁନ ୧୯ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜ୍ଞାପନ କରିଥିଲେ । ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମର ଯୁବକ କାଳିଆ ଜେନା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଜୁନ ୨୦ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସ୍ୱନ୍ତନା ଦେବସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଅନ୍ୟ ଏକ ଘଟଣାରେ ପୋଲସରା ଏନଏସି ର ୧୫ ନଂ ୱାର୍ଡ ନିଗମ ନଗର ସାହିର ୩୦ ବର୍ଷ ବୟସ୍କ ଅନିଲ ରାଉତଙ୍କ ଅକାଳ ମୃତ୍ୟୁ ଖବର ଶୁଣିବା ପରେ ଜୁନ ୨୦ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ । ନିରାଡ଼ମ୍ବର ଜୀବନ ଯାପନ ସହ ନିରନ୍ତର ଜନ ସମ୍ପର୍କ ଯୋଗୁଁ ମନ୍ତ୍ରୀ ଶ୍ରୀ ସାହୁ ସମସ୍ତଙ୍କ ଗ୍ରହଣୀୟ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ