ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ଉପସଭାପତି ମନୋନୀତ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଯୁବ ଜନତା ଦଳର ଉପସଭାପତି ମନୋନୀତ ହୋଇଯାଇଛି। ବିଜୁ ଯୁବ ଜନତାଦଳର ଉପସଭାପତି ଭାବେ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର ପୁନର୍ବାର ମନୋନୀତ ହୋଇଥିବା ବେଳେ ହରପ୍ରସାଦ ସାହୁ (ପିଣ୍ଟୁ),ବାସୁଦେବ ନାୟକ ପ୍ରଥମ ଥର ପାଇଁ ମନୋନୀତ ହୋଇଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ହରପ୍ରସାଦ ସାହୁ, ଓ ବାସୁଦେବ ନାୟକ ଙ୍କୁ ବିଜୁ ଯୁବ ଜନତା ଦଳ ଉପସଭାପତି ଭାବେ ମନୋନୀତ କରାଯାଇଥିବା ଯୋଗୁଁ, ସେମାନେ ପୋଲସରା ବିଧାୟକ ତଥା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟମୋକେଶ ରାୟ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଭବାନୀ କାନ୍ତ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ସୁଚାରୁରୂପେ ତୁଲାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ପଦକ୍ଷେପ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ଆନ୍ତରିକ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।