ଦ୍ଵିତୀୟ ଦିବସରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନଏସଏସ) ୟୁନିଟ-୨ ର ପୂଜା ସ୍ୱତନ୍ତ୍ର ଶିବିର ଅକ୍ଟୋବର ୩ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଏନଏସଏସ ୟୁନିଟ-୨ ର ସ୍ୱତନ୍ତ୍ର ଶିବିରର ଦ୍ଵିତୀୟ ଦିବସର ଅତିଥିଭାବେ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ, ଅଧ୍ୟାପକ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ଏନଏସଏସ ୟୁନିଟ-୨ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଯେ, ରାଷ୍ଟ୍ରୀୟ ସେବା ଯୋଜନାର ମୁଖ୍ୟ ଆଦର୍ଶ ହେଉଛି, ” ମୋ ପାଇଁ ନୁହେଁ ଆପଣଙ୍କ ପାଇଁ “। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ବୃନ୍ଦ ସମାଜ ସେବାକୁ ଏକ ସ୍ବେଚ୍ଛାକୃତ କାର୍ଯ୍ୟ ଭାବେ ଗ୍ରହଣ କରି ଆନ୍ତରିକ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ବୃନ୍ଦ ନିଜକୁ ବୁଝିବା ସହ ଗୋଷ୍ଠୀ ସହ ସେମାନଙ୍କ ସମ୍ପର୍କକୁ ଭଲଭାବେ ଜାଣିବା ସହ ସେମାନଙ୍କ ସମସ୍ୟା ବୁଝି ସମାଧାନ କରିବାକୁ ଉଦ୍ୟମ କରିବା ଆବଶ୍ୟକ। ଏଥିସହ ଜାତୀୟ ସଂହତି ଓ ସାମାଜିକ ଏକତା ପାଇଁ କାର୍ଯ୍ୟ କରିବା ହେଉଛି ଏନଏସଏସ ର ମୂଳ ଲକ୍ଷ। ଦ୍ଵିତୀୟ ଦିବସରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ଯୋଗୁଁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟକ୍ରମରେ ବାଧକ ସାଜିଥିଲା। ଯାହା ଫଳରେ ଶିବିରର ଛାତ୍ରଛାତ୍ରୀ ବୃନ୍ଦ ଏନଏସଏସ ର ଲକ୍ଷ ବିଷୟ ନେଇ ଅତିଥି ମାନଙ୍କ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ