ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁବାବୁଙ୍କ ଜୟନ୍ତୀ ପାଳିତ
ପୋଲସରା, (ଅନିଲ ମହାରଣା):ଓଡ଼ିଶାର ଗର୍ବ ଓ ଗୌରବ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଶୁକ୍ରବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୋଲସରା ବସଷ୍ଟାଣ୍ଡ ଠାରେ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଉଭୟ ପୋଲସରା ଓ ବୁଗୁଡା ର ବ୍ଳକ ଓ ଏନଏସି ର ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଯୋଗ ଦେଇ ବିଜୁବାବୁଙ୍କ ନୀତି ଆଦର୍ଶ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଜୁବାବୁ ତାଙ୍କ ଜୀବନର ପ୍ରତ୍ୟେକଟି ମୂହୁର୍ତ୍ତ ମାନବ ସମାଜ ପାଇଁ ଉତ୍ସର୍ଗ କରିବା ସହ ଓଡ଼ିଆ ଜାତି ଓ ଓଡ଼ିଶାର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିବା ଯୋଗୁଁ ତାଙ୍କ ଆଦର୍ଶକୁ ନେଇ ଆମେ ଗର୍ବ ଅନୁଭବ କରୁ ବୋଲି ବକ୍ତାମାନେ ମତ ପ୍ରଦାନ କରିଥିଲେ। ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଧାୟକ ଶ୍ରୀକାନ୍ତ ସାହୁ ଓ ଅନ୍ୟ ଜନପ୍ରତିନିଧି ଓ ବିଜେଡି କର୍ମକର୍ତ୍ତା ବୃନ୍ଦ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରୋଗୀଙ୍କୁ ଭେଟି ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ପୋଲସରା ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭା ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ, ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ସାଂସଦ ପ୍ରତିନିଧି ମୋତିରାମ ସାହୁ , ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ପୋଲସରା ନଗର ବିଜେଡି ସଭାପତି ରଞ୍ଜିତ ସାହୁ, ସଂପାଦକ ବାବୁଲି ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷ କଲରାମ ସେଠୀ, ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟାଙ୍କ ସମେତ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀ,ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ଅଧ୍ୟକ୍ଷ ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ପ୍ରାକ୍ତନ ବୁଗୁଡା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।


