ନିର୍ବାହୀ ଯନ୍ତ୍ରୀଙ୍କ ନାହିଁ ଭୟ, ନିଜ ଇଚ୍ଛାରେ ଆସୁଛନ୍ତି ଅଫିସକୁ କର୍ମଚାରୀ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ରାଜ୍ୟ ସରକାର ମୋ ସରକାର ଯୋଜନାରେ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇବା ପାଇଁ ମୋ ସରକାର ଯୋଜନା କରିଛନ୍ତି । ଏହି ନିୟମକୁ ଉଲଂଘନ କଲେ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କରୋନା ପାଇଁ ଏହି ନିୟମକୁ କିଛି ମାତ୍ରାରେ କୋହଳ କରିଥିବା ବେଳେ ଏହି ନିୟମକୁ ଉଲଂଘନ କରୁଛନ୍ତି ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ କିଛି କର୍ମଚାରୀ । ସକାଳ ୭ଟା ସମୟରେ ଅଫିସ କାର୍ଯ୍ୟାଳୟକୁ ଆସନ୍ତି, ଏପରିକି ଇଷ୍ଟୁମେଟର ନେଇ କାର୍ଯାଳୟରେ ଫାଇଲ ଗଦା ହୋଇଥିବା ବେଳେ ଟେବୁଲ ଖାଲି ପଡିଛି । ମୋ ସରକାର କକ୍ଷରେ ତାଲା ଝୁଲୁଛି, ଏପରିକି ପିଅନମାନେ ମନମୁଖୀ ଭାବେ ଚଳାଉଛନ୍ତି କାର୍ଯ୍ୟାଳୟ । ଦୁଇଟି ଯନ୍ତ୍ରୀ ମଧ୍ୟରୁ ଗୋଟିଏ ଜେଇଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଭୁବନେଶ୍ୱରରେ ଚିକିତ୍ସା ହେଉଛନ୍ତି । ଅନ୍ୟ ଜଣେ ଯନ୍ତ୍ରୀ ନିଜ କାର୍ଯ୍ୟଭାର ନଚଳାଇ ନ୍ଖକ୍ସ ଘରେ ଯାଇ ରହୁଥିବା କିଛି ଠିକାଦାର ଅଭିଯୋଗ କରିଛନ୍ତି । ଏପରି ସ୍ଥଳେ ଏହି ଯନ୍ତ୍ରୀ ଜଣକ ମୋହନା ଡ଼ିଭିଜନ୍‌ରେ ହୋଇଥିବା ରାସ୍ତା ନିମ୍ନମାନରମଧ୍ୟ କହିଛନ୍ତ । ରାସ୍ତା ନିର୍ମାଣ କାର୍ଯ୍ୟ ନିକଟକୁ କେଉଁ ଦିନ ମଧ୍ୟ ଯାଉନଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ୩ଟି ଡିଭିନ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଏଠିକାର କର୍ମଚାରୀମାନେ ନିଜ ନିଜ ଭିତରେ ପାତରଅନ୍ତର ସୃଷ୍ଟି କରି ଉପରିସ୍ଥ ଅଧିକାରୀଙ୍କୁ କିପରି ଭୟ କରୁନାହାଁନ୍ତି ନିଜ ଇଚ୍ଛାରେ ଆସୁଛନ୍ତି କାର୍ଯ୍ୟାଳୟକୁ ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ