ନିର୍ମାଣଧୀନ ବିଡିଏ ମାର୍କେଟ କମ୍ପେ୍ଲକ୍ସ ବୁଲି ଦେଖିଲେ ବିଏମସି କମିଶନର ଓ ବିଡିଏ ସେକ୍ରେଟାରୀ

ଛତ୍ରପୁର, (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରେ ୩.୪ କୋଟି ଟଙ୍କା ବ୍ୟାୟରେ ନିର୍ମାଣ ହେଉଥିବା ବିଡିଏ ର ମାର୍କେଟ କମ୍ପେକ୍ସକୁ ଗୁରୁବାର ବ୍ରହ୍ମପୁର ବିଏମସି କମିଶନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଓ ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହିତ ମାର୍କେଟ କମ୍ଲେକ୍ସ ପରିସରରେ ନିର୍ମାଣ କରାଯାଉଥିବା ବିଭିନ୍ନ କାର୍ଯ୍ୟ କିପରି ଚାଲିଛି ଓ ଏହା ଉନ୍ନତ ମାନର କାମ ହେଉଛି କି ନାହିଁ ତାହାର ମଧ୍ୟ ତଦାରଣ କରିଛନ୍ତି । କମ୍ପେ୍ଲକ୍ସ ପରିସରରେ ୭୮ ଟି ଦୋକାନ ଗୃହ, ଏବଂ ତଳେ ପାର୍କି ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ଏହା ସହିତ ସମସ୍ତ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦାରଖ ସମୟରେ କନିଷ୍ଠ ଯନ୍ତ୍ରୀ ଏମ୍‌. କେ. ଦଳାଇଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ