ନିର୍ମାଣ କାର୍ଯ୍ୟ ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁ ସୂଦନ ଦାଶ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ତଦାରଖ କରିଥିବା ଜଣାଯାଇଛି । ପୁରୁଷଣ୍ଢ ପଞ୍ଚାୟତ ଅଧିନ ବିଭିନ୍ନ୍ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କ ଘରକୁ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ପ୍ରୋତ୍ସାହନ ରାଶି ପାଇବାର ସୁଯୋଗ ନେବାକୁ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ । ଏଥିସହିତ ବି.ଟି.ପୁର ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଅସଂପୂର୍ଣ୍ଣ କାର୍ଯ୍ୟକୁ ନଭେମ୍ବର ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡଃ.ହରେକୃଷ୍ଣ ମହତାବଙ୍କ ଜନ୍ମମାଟିରେ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପରିଦର୍ଶନ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ପିଇଓ ବୀରକିଶୋର ନାୟକ, ବିକାଶ ସାହୁ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଯେନା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ