ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କୋକସରା ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ମୌଷଧି ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଜିବ ଅଗ୍ରୱାଲ , କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉତ୍ତମ ବାଗ , ଜିଲ୍ଲାଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଲ , ଅନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମୌଷଧି ବାଗ ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଓ ପଞ୍ଜୀକରଣ ପାଇଁ ନିଜକୁ କିଭଳି ପଞ୍ଜୀକୃତ କରାଇ ନିଜ ନିଜର ସୁବିଧା ଓ ଅଧିକାରକୁ ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ଆହ୍ଵାନ ଦେଇଥିଲେ । ଜିଲ୍ଲାଶ୍ରମ ଅଧିକାରୀ ଶ୍ରୀ ମଣ୍ଡଳ ନିର୍ମାଣ ନିର୍ମାଣ ପଞ୍ଜୀକରଣ ପାଇଁ ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ପାଇପାରିବେ ତାହା ବିଶେଷରୂପେ ବୁଝାଇ ଶ୍ରମିକମାନଙ୍କୁ ବାର୍ତ୍ତା ଦେଲେ । ଆଜି ଶିବିରରେ ୫୯ ଜଣଙ୍କୁ ଶିକ୍ଷା ସହାୟତା ରୂପେ ୨,୨୯,୮୦୦/- ଟଙ୍କା , ବିବାହ ସହାୟତା ରୂପେ ୩୦ ଜଣଙ୍କୁ ୧୧,୫୦,୦୦୦/-ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ୯ ଜଣଙ୍କୁ ୪୫,୦୦୦/-, ମୃତ୍ୟୁକାଳୀନ ସହାୟତା ରୂପେ ୧୨ ଜଣଙ୍କୁ ୨୨,୦୦,୦୦୦/-ଟଙ୍କା ; ଏଭଳି ମୋଟ ୧୧୦ ଜଣଙ୍କୁ ୩୬,୨୪,୭୦୦/-ଟଙ୍କା ସହାୟତା ରାଶି ଡି.ବି.ଡି ମାଧ୍ୟମରେ ହିତାଧିକାରୀଙ୍କ ଜମାଖାତାକୁ ପ୍ରେରଣା କରାଗଲା । ଶିବିରରେ ସାଧାରଣ ଜନତା,ଟ୍ରେଡ ୟୁନିୟନ ସଭ୍ୟଙ୍କ ସହ ପ୍ରାୟ ୩୦୦ ଜଣ ଶ୍ରମିକ ଭାଇ ଭଉଣୀ ଉପସ୍ଥିତ ଥିଲେ ।


