ନିଳୋକରେ ହନୁମାନଙ୍କ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ଉତ୍ସବ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ଗ୍ରାମରେ ହନୁମାନଙ୍କ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରବାର କାୟାଶୋଧନ, ପଞ୍ଚ ଗବ୍ୟ, ଅଧିବାସ ପୂଜନ, ବିଗ୍ରହଙ୍କର ଗର୍ଭଧାନ ସଂସ୍କାର, ଶୁକ୍ରବାର ପ୍ରାତଃ ସମୟରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ ୨୭ଗୋଟି କଳସ ଅଣାଯାଇ ଗ୍ରାମ ପରିକ୍ରମା ପୂର୍ବକ ସ୍ଥାପନା କରାଯାଇଥିଲା । ପରେ ବିଗ୍ରହ ମହାସ୍ନାନ, ଦଶ ସଂସ୍କାର, ଯଜ୍ଞ ମଣ୍ଡପେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶନିବାର ବିଗ୍ରହ ବିଭିନ୍ନ ଦ୍ରବ୍ୟ ଦ୍ୱାରା ଅଧିବାସ ଓ ରଥାଧିବାସ ହୋଇ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରବେଶ, ଅର୍ଦ୍ଧ ରାତ୍ରରେ ବିଗ୍ରହନ୍ୟାସ, ପ୍ରାଣ ପ୍ରତିଷ୍ଠା ଆଦି କାର୍ଯ୍ୟ ସହ ଷୋଡଶ ଉପଚାର ପୂଜା ହୋଇଥିଲା । ରବିବାର ମହାପ୍ରଭୁଙ୍କର ମନ୍ଦିର ମଧ୍ୟେ ନବଯୌବନ ଦର୍ଶନ, ନୈବେଦ୍ୟ ଅର୍ପଣ, ଆଳତି, ଯଜ୍ଞ ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବ । ଏହି ପୂଜାରେ ବ୍ରଜ ନାରାୟଣ ପଣ୍ଡା ଓ ସନ୍ଧ୍ୟାରାଣୀ ପଣ୍ଡା ମୁଖ୍ୟ କର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି । ସେହିପରି ପଣ୍ଡିତ ସଂଜୟ ପାଢୀ ଶର୍ମା, ଉପେନ୍ଦ୍ର ମିଶ୍ର, ଭାଗବତ ପଣ୍ଡା, ମନୋରଞ୍ଜନ ପଣ୍ଡାଙ୍କ ସମେତ ଅନ୍ୟ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ