ନିଳୋକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଟ୍ୟକାର ତଥା ସମାଜସେବୀ ଡଃ.ସୁଧାଂଶୁ ଶେଖର ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ନିଳୋକ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀଙ୍କ ତତ୍ତ୍ୱାବଧାନରେ ଯୁବମୋର୍ଚ୍ଚାର ହରେକୃଷ୍ଣ ସେନାପତି, ସୁରେଶ ଚନ୍ଦ୍ର ଦ୍ୱିବେଦୀ, ପ୍ରଶାନ୍ତ ଦାଶ, ହେମନ୍ତ ଦାଶ, ଜଗନ୍ନାଥ ଲେଙ୍କା, କୈବଲ୍ୟ ବିଶ୍ୱାଳ, ବିଜୟ ଲେଙ୍କା, ଅନନ୍ତ ସାହୁ, ମୁରଲୀ ଜେନା ପ୍ରମୁଖ ଶ୍ରୀ ନାୟକଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଠାରେ ଦଳୀୟ ସଂଗଠନକୁ ଗତିଶୀଳ କରିବା ନେଇ ଆଲୋଚନା କରାଯାଇଥିବା ବେଳେ ବୁଥ୍ ସ୍ତରରେ ସଙ୍ଗଠନ ବୃଦ୍ଧି କରିବା ନେଇ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଗ୍ରାମାଞ୍ଚଳରେ ଥିବା ଗରିବ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଶ୍ରୀ ନାୟକ ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ