ନିଳୋକ ହାଇସ୍କୁଲରେ ବନ୍ଧୁମିଳନ ଉତ୍ସବ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୦୦୬ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସେନାପତି ସଭାପତିତ୍ୱ କରିଥିଲେ । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକର ବେହେରା, ପ୍ରାକ୍ତନ ଶିକ୍ଷକ ପ୍ରଭାକର ରାଉତ, ପର୍ଶୁରାମ ନାୟକ, ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରା, ଶିକ୍ଷା କର୍ମଚାରୀ ସନାତନ ନାୟକ, ରଥ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପୁରାତନ ଛାତ୍ର ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ଅନୀଲ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମୁକୁନ୍ଦ ଚରଣ ଜେନା, ସୁକାନ୍ତ ସେନାପତି, ଦିନେଶ ଘଡେଇ, ରମାକାନ୍ତ ବାରିକ, ସମ୍ବିତ ରାଉତ, ଦୀପକ ବାରିକ, ଗଜେନ୍ଦ୍ର ବାରିକ, ଅରୁଣ ସେଠୀ, ପୁରାତନ ଛାତ୍ରୀ କଳ୍ପନା ଜେନା, ମୋନାଲିସା ରାଉତ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ