ନିଳୋକ ହାଇସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ର ଯୋଗ ଦେଇ ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପାଗଳା ସିଂ, ଅସିତ୍ କୁମାର ପୁହାଣ, ସନାତନ ନାୟକ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରା ଯୋଗ ଦେଇଥିଲେ । ଛାତ୍ର ଦୀଲନ୍ ଚନ୍ଦ୍ର ସାହୁ, ଛାତ୍ରୀ ଦିବ୍ୟଭାରତୀ ସେନାପତି ଦିବସ ପାଳନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ସଂଗୀତ, ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ