ନିଶା ମୁକ୍ତ ଭାରତ ପକୋଡା ଅବସରରେ ଅନ୍ତର୍ଜାତୀୟ ଡ୍ରାଗ ଆବୁଜ ଦିବସ ପାଳନ ସଚେତନତା ରାଲି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ଥାନୀୟ ମେହେନ୍ଦ୍ର ଗିରି ପୌର ପାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ନିଶା ମୁକ୍ତ ଭାରତ ପକୋଡା(୧୨.୦୬.୨୦୨୨ ଠାରୁ ୨୬.୦୬.୨୦୨୨) ଅବସରରେ ଜାତୀୟ ଡ୍ରାଗ ଆବୁଜ ଦିବସ ପାଳନ ଉଦେଶ୍ୟରେ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଛନ୍ତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଯୋଗ ଦେଇ ନିଶା ଦ୍ରବ୍ୟ ସେବନର କୁପ୍ରଭ, ବିଭିନ୍ନ ଦୁରାରୋଗ୍ୟ ଠାରୁ ଦୂରରେ ରହିବାକୁ ହେଲେ ନିଶା ଧବ୍ୟ ସେବନ ଠାରୁ ଦୂରରେ ରହି ଏକ ସୁସ୍ଥ ଶରୀର ଗଢିବା ପାଇଁ ଏହି ଭଳି ରାଲି ର ଆୟୋଜଜନ ଆବଶ୍ୟକ ବୋଲି କହିଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଶୁଭ ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସଞ୍ଜୟ ପାତ୍ର, ସୁରେନ୍ଦ୍ର ପାତ୍ର, ଧିରେନ ସାମଲ,ଏସ. ଲାକ୍ସମାନ ରାଓ, କେ . କ୍ରିଷ୍ଣା ରାଓ, କେ. ବାସୁଦେବ ରେଡି, ପ୍ରଦୀପ କୁମାର ସାମଲ, ସୁଦୀପ୍ତ ବାରିକି, ରାଜେଶ କୋରାଇ, ଦିଲେଶ୍ଵର ତୃନା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଉକ୍ତ ସଚେତନତା ରାଲିରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡି ଓ ମେହେନ୍ଦ୍ର ଗିରି ପୌର ପାଳିକା ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମୋଟ ୨୦୦ ଜଣ ଛାତ୍ର /ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |


