ନିଷିଦ୍ଧାଂଚଳରେ ପଣ୍ୟବାହୀ ଟ୍ରକରୁ ବେଆଇନ ଅର୍ଥଆଦାୟକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଦୀର୍ଘଦିନ ହେବ ।ପାରାଦ୍ୱୀପ ବନ୍ଦରକୁ ପଣ୍ୟ ନେଇ ଆସୁଥିବା ବିଭିନ୍ନ ଟ୍ରକରୁ ମାଲ ଖଲାସ ପାଇଁ ଧ୍ୟାର୍ଯ୍ୟମୂଲ୍ୟ ପରେ ଶ୍ରମିକ ମାନେ ବଳପୂର୍ବକ ବେଆଇନଭାବେ ଅଧ୍ଚକ ଅର୍ଥ ଆଦାୟ କରୁଥିଲେ । ଏ ପରିକି ୧୪ ଚକିଆ ଯାନରୁ ଅତ୍ୟଧିକ ୧୭ଶହ ଟଙ୍କା, ୧୨ ଦଶଚକିଆ ଯାନରୁ ୧୪୦୦ ଟଙ୍କା ଅଧିକ ଆଦାୟ କରାଯାଉଥିଲା । ଏହି ଅର୍ଥ ଆଦାୟ ବାବଦରେ କୈାଣସି ଗାଡି ଚାଳକ ଅଭିଯୋଗ କଲେ । ସେମାନଙ୍କ ଗାଡିରୁ ମାଲ ଖଲାସରେ ପାତର ଅନ୍ତର କରାଯିବା ସହ ସେମାନଙ୍କୁ ଧମକ ଦିଆଯାଉଥିବାର ଅଭିଯୋଗ ହୋଇଆସୁଥିଲା । ପରିବହନ ବ୍ୟବସାୟ ଏବେ ମାନ୍ଦାଅବସ୍ଥାରେ ଗତି କରୁଥିବା ବେଳେ ଏ ସମସ୍ୟା ଗାଡି ମାଳିକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡୁଥିଲା । ତେବେ ଏ ବାବଦରେ ଅଭିଯୋଗ ପାଇ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ପାରାଦ୍ୱୀପ ବନ୍ଦରକୁ ଏ ସମସ୍ୟା ସଂପର୍କରେ ଅବଗତ କରାଇଥିଲା । ଏ ବାବଦରେ ଅଜ୍ଞଥିବା ପାରାଦ୍ୱୀପ ବନ୍ଦର ପ୍ରଶାସନ ଅଭିଯୋଗ ପାଇ ଜୁନ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶକରି ବେଆଇନ ଅର୍ଥଆଦାୟ କାର୍ଯ୍ୟରେ ଲିପ୍ତଥିବା ଶ୍ରମିକ ଓ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ବନ୍ଦରରେ ପଣ୍ୟ ଖଲାସ କାରୀ ସି.ଏଫ.ଏଚ୍ ଶ୍ରମିକଙ୍କ ସମେତ ବନ୍ଦରର ସମସ୍ତ ବ୍ୟବହାରକାରୀ, ସି.ଏଫ.ଏଚ୍‌., ଶ୍ରମିକ ସଂଘ, ଷ୍ଟିଭେଡୋରର୍ସ ଆସୋସିଏସନ, ମ୍ୟାନେଜମେଣ୍ଡ କମିଟି ଓ ସଂପୃକ୍ତ ଅନ୍ୟ ଅଧିକାରୀମାନଙ୍କ ଅବଗତି ନିମନ୍ତେ । ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥରୁ ଅନ୍ୟଥା ହେଲେ ବନ୍ଦର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଚିନ୍ତାରେ ଥିବା ଗାଡି ମାଲିକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ