ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ଟ୍ରଲର ଜବତ ୮ ଅଟକ
ନିମାପଡ଼ା, (ସନ୍ତୋଷ ଦାଶ):ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ କୁ ସରକାର ଙ୍କ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ କେହି ମାଛ ଧରିପାରିବେ ନାହିଁ ବୋଲି ନିୟମ ରହିଛି l ବିରଳ ଅଲିଭ ରିଡେଲ କଇଁଛ ମାନଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ଏହା ପରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ।ସେମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଜି ଅସ୍ତରଙ୍ଗ କେଳୁଣୀ ମୁହାଣ ଅଞ୍ଚଳରେ ଲକ୍ଷ୍ମୀ ମନ୍ଦିର ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ସମୟରେ ବନବିଭାଗ ପାଟ୍ରୋଲିଙ୍ଗ ଟିମ ହାବୁଡ଼ରେ ପଡିଥିଲା l ଅସ୍ତରଙ୍ଗ ରେଞ୍ଜର ବିଚିତ୍ରାନନ୍ଦ ବେହେରା, ଫରେଷ୍ଟର ପ୍ରଦୀପ ପାଣିଗ୍ରାହୀ, ମାନସ ରଞ୍ଜନ ବେହେରା ଙ୍କ ସମେତ ଏପିଆର ଟିମ ଉକ୍ତ ଟ୍ରଲର କୁ ଜବତ କରି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି । ଏହି ଟ୍ରଲର ରେ ଥିବା ୮ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖାଯାଇଛି। ଏ ସଂକ୍ରାନ୍ତ ରେ ମତ୍ସ୍ୟ ବିଭାଗ ଏକ ମାମଲା ରୁଜୁ କରିଛି l