ନିଷ୍ଠା ପରିବାର ଦ୍ଵାରା ଅସହାୟ ଶବ ସତ୍କାର

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ରେ ବସବାସ କରନ୍ତି ସନାତନ ବରିହା ବୟସ ୪୬ବର୍ଷ। କୌଣସି କାରଣ ବଶତଃ ତାଙ୍କ ର ମୃତ୍ୟୁ ହୁଏ। ତାଙ୍କ ର କେହି ପରିବାର ଲୋକ ନାହାନ୍ତି। ଜଣେ ଭାଇ ଅଛି ଶତୃଘ୍ନ ବରିହା ବୟସ ୩୫ବର୍ଷ ସେ ଜଣେ ମାନସିକ ରୋଗୀ। ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡା ବାସୀ ଯେତେ ବୁଝାଇଲେ ବି କେହି ଶବ ସତ୍କାର ପାଇଁ ଆସି ନ ଥିଲେ। ଶେଷ ରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାର ର ସଦସ୍ୟ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ବାହାରିଥିଲେ ଖୁଣ୍ଟପାଲି ଅଭିମୁଖେ। ସରପଞ୍ଚ ବେଲାର ମେହେର ଓ ପଡା ର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶ ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ ଓ ସମାଜ ପାଇଁ ଏକ ସନ୍ଦେଶ ଦେଇଥିଲେ ଯେ ଆଜି ବି ବଞ୍ଚି ରହିଛି ମାନବିକତା।ପଡାବାସୀ ଓ ସରପଞ୍ଚ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ।ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ଉପ ସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ