ନିହଣରେ ଆକ୍ରମଣ; ଆକ୍ରମଣକାରୀ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ନିହଣ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ସଂପୃକ୍ତ ଗ୍ରାମର ପରୀ ନାଇକ (୨୮) । ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ରବିବାର ଏ ନେଇ ଆହତ ଯୁବକ ଜଣକ ଥାନାରେ ଅଭିଯୋଗ କରିବା ପରେ ହିଞ୍ଜିଳି ଥାନାରେ ନଂ-୩୨୦/୨୦ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ସଂପୃକ୍ତ ଗ୍ରାମର ଯୋଗିନ୍ଦ୍ର ଦାସଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।