ନିୟନ୍ତ୍ରଣ ବାହାରେ ଘରୋଇ ଶିକ୍ଷାନୁଷ୍ଠାନ
ହିଂଜିଳିକାଟୁ, (ଶେଷଦେବ ସାହୁ): ଦିନକୁ ଦିନ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ଯାଏଁ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହିଂଜିଳିକାଟୁ ପୌରାଂଚଳରେ କେବଳ ୩ ଟି ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ୬ ଟି ଶିଶୁ ମନ୍ଦିର, ୧୦ ରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରକାରର ପବ୍ଳିକ ସ୍କୁଲ ଓ ପ୍ଲେ ସ୍କୁଲ ରହିଛି । ଏତ୍ଦବ୍ୟତିତ ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ୮୦ ରୁ ଉଦ୍ଧ୍ୱର୍ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଜଣାପଡ଼ିଛି । ତେବେ ଏ ସଚୁ ଏବେ ବେଲଗାମ ହୋଇ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି । କୌଣସି ପ୍ରକାର ନିୟମିତ ଫିସ୍ ରହିନଥିବା ବେଳେ ଡ଼ୋନେସନ୍ ଆଳରେ ବେଧଡ଼କ ଚାନ୍ଦା ଆଦାୟ କରାଯାଉଥିବା ନେଇ ବହୁ ଅଭିଭାବକ ଅଭିଯୋଗ କରିଛନ୍ତି । ରାଜ୍ୟ ନିଶ୍ଚିତ ମୁକ୍ତ ଏବଂ ବାଧ୍ୟ ଶିକ୍ଷାଧିକାର ଆଇନ ୨୦୧୦ ପ୍ରକାରେ ୬ ରୁ ୧୪ ବଷଁ ବୟସର ଶିଶୁ ମାନଙ୍କୁ ନିଶ୍ଚିତ ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବବା ସକାଶେ ନିୟମ ପ୍ରଚଳନ ହୋଇଥିବା ବେଳେ ଏହା କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାଇଛି । ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଲଘୁ ସଂଖ୍ୟା ଏବଂ ମେଧାବୀ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବେ । ଏହାର ସମସ୍ତ ଡ଼ାଟାବେସ୍ ଅନ୍ଲାଇନ ମାଧ୍ୟଢ଼ରେ ମହଜୁଦ ରଖି ସାର୍ବଜନୀନ ରଖିବେ । ସେହିପରି ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର ଉପସ୍ଥିତ ନକ୍ସା ସଂପୃକ୍ତ ବିଭାଗ ନିକଟରେ ଦାଖଲ କରିବା ପରେ ସେଠାରେ ଶିଶୁଙ୍କ ସୁରକ୍ଷା ନେଇ ସମସ୍ତ ପ୍ରକାର ନିୟମକୁ ପାଳନ କରୁଛନ୍ତି କି ନାହିଁ ତାହା ଯାଂଚ କରାଯିବ । ଘରୋଇ ଶିକ୍ଷାନୁଷ୍ଠାନରେ ପାଚେରୀ କାନ୍ଥ, ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟକୁ ନେବା ଆଣିବା ପାଇଁ ବୈଧ ଟ୍ରାନ୍ସପୋର୍ଟ ଯାନ, ପାନୀୟ ଜଳର ସୁବନ୍ଦୋବସ୍ତ, ଅଗ୍ନି ନିରାପତା ବ୍ୟବସ୍ଥା, ପାଠାଗାର, କ୍ରୀଡ଼ା ଉପକରଣ ଆଦି ମହଜୁଦ ରଖିବା ସହ ଖେଳ ପଡ଼ିଆ ଓ ଶୌଚାଳୟର ବନ୍ଦୋବସ୍ତ କରିବା ପରେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ପଂଜିକୃତ କରାଯାଇଥାଏ । ପଂଜିକୃତ ସଂଖ୍ୟା, ୟୁଜର ଆଇଡ଼ି ଓ ପାସ ୱାଡ଼ଁ ପ୍ରଦାନ କରାଯିବା ପରେ ନିୟମିତ ଅନଲାଇନ ଅପଡ଼େଟ ଡ଼ାଟାବେସ ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ହିଂଜିଳିକାଟୁ ବ୍ଳକର ବହୁ ଗ୍ରାମାଂଚଳ ଓ ପୌରାଂଚଳରେ ରହିଥିବା ବହୁ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି । ଅଧିକାଶଂ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠ ପଢିବାକୁ ଯାଉଥିବା କୋମଳମତି ଶିଶୁ ମାନଙ୍କର ସୁରକ୍ଷା ଓ ଯତ୍ନ ନେଇ କୌଣସି ନିରାପତାର ବ୍ୟବସ୍ଥା ନଥିବା ବେଳେ ସେମାନଙ୍କର ପାନୀୟଜଳ,ଓ ଶୌଚାଳୟ ବନ୍ଦୋବସ୍ତ କଥା ପଚାରେ କିଏ .. ? ଏଭଳି ଅବ୍ୟବସ୍ଥା ମଧ୍ୟରେ ବହୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚାଲିଥିବା ବେଳେ ସେଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ପଦକ୍ଷେପନିଆଯାଉନଥିବା ନେଇ ଅଭିଯୋଗ ହେଉଛି । ହିଂଜିଳିକାଟୁ ପୌରାଂଚଳରେ ଗଢି ଉଠିଥିବା ବହୁ ଘରୋଇ ଶିକ୍ଷାନୁଷ୍ଠାନ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଥିବା ବେଳେ ବିଦ୍ୟାଳୟକୁ ଯାତାୟତ ସମୟରେ ବିପଦର ସମ୍ଭାବନା ରହିଛି । ସେହିପରି କୌଣସି ଘରୋଇ ଶିକ୍ଷାନୁଷ୍ଠାନ ପଂଜିକୃତ ହେବା ପୂର୍ବରୁ ସର୍ବପ୍ରଥମେ ଅନୁନ୍ୟ ୭ ଜଣିଆ ଗଭଣ୍ଣିଂ ବଡ଼ି ପ୍ରସ୍ତୃତ କରିବା ପରେ କର୍ମକର୍ତା ଚୟନ କରିବାକୁ ବାଧ୍ୟତା ରହିଛି । ହେଲେ ଅଧିକାଶଂ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗଭଣ୍ଣିଂ ବଡ଼ିରେ ଘରୋଇ ସଦସ୍ୟ ମାନେ ସାମିଲ ରହିଥିବାର ଦେଖିବାକୁ ମିଳିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆଇନ ଖିଲାପକାରୀ ଘରୋଇ ଶିକ୍ଷାନୁଷ୍ଠାନ କର୍ତୁପକ୍ଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।