ନୀତିଶ ସରକାରଙ୍କ କଠୋର ନିଷ୍ପତ୍ତି , ବ୍ୟବସ୍ଥାକୁ ସୁଦ୍ଧାରିବା ବଦଳରେ କାର୍ୟ୍ୟାନୁଷ୍ଠାନ
ବିହାରରେ ମସ୍ତିଷ୍କ ଜ୍ୱରରେ ପିଡିତ ହୋଇ ଗୋଟିଏ ପରେ ଗୋଟିଏ ନିରିହ ଶିଶୁଙ୍କ ଜୀବନ ଚାଲିଯାଉଥିବା ବେଳେ ପାନୀୟ ଜଳର ଅଭାବ ପାଇଁ ପିଲାଙ୍କ ମୃତ୍ୟୁ ବିରୋଧରେ ପ୍ରଦର୍ଶନ କରୁଥିବା ୩୯ ଜଣ ଙ୍କ ବିରୋଦ୍ଧରେ ଏଫଆଇଆର ରୁଜୁ କରିଛି ଜିଲ୍ଲା ପ୍ରଶାସନ । ଶିଶୁ ମୃତ୍ୟୁରେ ରାଜ୍ୟରେ ନିରିହ ଶିଶୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ହସପିଟାଲରେ ଚିକିସ୍ରା ସୁବିଧା ଭଲ ଭାବରେ ନଥିବାରୁ ଏଭଳି ଘଟଣା ଘଟୁଥିବା କଥା ଚର୍ଚ୍ଚା ଚାଲିଥିବା ସମୟରେ ଜିଲ୍ଲା ପ୍ରଶାସନ ଏଭଳି ଏକ ଘଟଣା ଘଟାଇଛି ଯାହା ଲାଲୁଙ୍କୁ କାଠ ଗଡାକୁ ଟାଣିବାକୁ ବାଧ୍ୟ କରିଛି । ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତିକୁ ଘୋର ନିନ୍ଦା କରାଯାଇଛି ।ପିଲାଙ୍କ ମୃତ୍ୟୁ ଓ ପାନୀୟ ଜଳର ଘୋର ଅଭାବ ହେଉଥିବାରୁ ପ୍ରଶାସନ ସମସ୍ୟା ସମାଧାନ କରିବା ତ ଦୁରର କଥା ଆନ୍ଦୋଳନ କରୁଥିବା ୩୯ ଜଣ ଲୋକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା । ବୈଶାଲି ଜିଲ୍ଳାର ଯେଉଁ ମାନଙ୍କର ବିରୋଧରେ ମାମଲାରୁଜୁ ହୋଇଛି । ସେମାନେ ନିତିଶ କୁମାରଙ୍କୁ ଟାର୍ଗେଟକରି କହିଛନ୍ତି । ପିଲା ମରୁଛନ୍ତି ପିଇବାକୁ ପାଣି ନାହିଁ ଏଭଳି ବିରୋଧ ପ୍ରଦର୍ଶନ କରିବାରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହା ପରେ ପୁରୁଷ ମାନେ ଗ୍ରାମ ଛାଡି ଚାଲିଯାଇଛନ୍ତି ।ସେମାନେ ଥିଲେ ଆମକୁ ଖାଇବାକୁ ମିଳୁଥିଲା ।ସେମାନେ ନଥିବାରୁ ଆମକୁ ଖାଇବାକୁ ମିଳିବନି ବୋଲି କହିଛନ୍ତି ।