ନୀରବତା ଅନେକ କଥା କୁହେ

ଦିପ୍ତିମୟୀ ନାୟକ
ଯେତେବେଳେ ଜଣେ ମଣିଷ ନିଜ ମନର କଥାକୁ ଅନ୍ୟ ଜଣକ ଆଗରେ ଖୋଲିକି କୁହେ | ଅନ୍ୟ ଜଣକ ଯଦି ଚୁପ ରୁହେ ତେବେ ସେଇଠୁ ବୁଝିଯିବା ଉଚିତ ଯେ ଏ ମଣିଷ ଆମ ସହ କିଛି କଥା ହେବାକୁ ଚାହୁଁନି କିମ୍ବା ଏ ମଣିଷ ଅନ୍ୟ ଜଣକ ଭାବନାକୁ କେବେ ବୁଝେନି | ଯେଉଁଠି ଯେଉଁ ମଣିଷର ଭାବନାକୁ ଅନ୍ୟ ଜଣେ ମଣିଷ ବୁଝେନି ସେଠି ଅନ୍ୟ ଜଣକ କଥା ଅଧା ଅଧୁରା ରହିବା ସ୍ୱାଭାବିକ କଥା | ହେଲେ ବେଳେବେଳେ ମନ କହୁଥାଏ ଏମାନେ ଆଗରୁ ଆମର ପ୍ରତ୍ୟେକଟି କଥାକୁ ଶୁଣୁଥିଲେ କିନ୍ତୁ ଏବେ କାହିଁକି ଏମାନେ ଆମ କଥା ଶୁଣିବାକୁ ଟିକେ ଧ୍ୟାନ ଦେଉନାହାନ୍ତି | ଆଉ ବେଳେବେଳେ ଆଖିରେ ଆଖିଏ ଲୁହ ମଧ୍ୟ ଚାଲିଆସେ | କେବଳ ଏଥିପାଇଁ ଯେ ଏମାନେ ଯାହାକୁ ବିଶ୍ୱାସ କରିଥାନ୍ତି | ନିଜର ସୁଖ ଦୁଃଖ କଥା ବାଣ୍ଟି ଥାଆନ୍ତି ଆଉ ଏମାନେ ଯେତେବେଳେ ହଠାତ ପରିବର୍ତ୍ତନ ହୋଇଯାଆନ୍ତି | କିଛି କହିବାକୁ ଚାହିଁଲେ ବିରକ୍ତ ହେବାକୁ ଲାଗନ୍ତି ସେତେବେଳେ କେବଳ ଗୋଟିଏ କଥା ମନକୁ ଆସିଯାଏ | କେହିଜଣେ ସତ କହିଥିଲେ ସମ୍ପର୍କ ବିଶ୍ୱାସରୁ ଆରମ୍ଭ ହୋଇ ପ୍ରତାରଣାରେ ଶେଷ ହୋଇଥାଏ | ଯଦି ପ୍ରତାରଣା କରିବାର ଥିଲା ତେବେ ଏ ସମ୍ପର୍କ କାହିଁକି ଯୋଡ଼ା ହେଉଥିଲା |
ଆଜିର ସମାଜରେ ଅନେକ ସମ୍ପର୍କ ବିନା କାରଣରେ ଭାଙ୍ଗିଯାଉଛି | କେତେବେଳେ ପ୍ରେମ ଆଉ କେତେବେଳେ ବନ୍ଧୁତା ପୁଣି କେତେବେଳେ ସମ୍ପର୍କୀୟ ମାନଙ୍କର ସେହି ପୁରୁଣା ସମ୍ପର୍କ | ତେବେ ଏହି ସମ୍ପର୍କ ଗୁଡିକ ଭାଙ୍ଗିବାର ପ୍ରମୁଖ କାରଣ କଣ ହୋଇପାରେ | କୌଣସି ସମ୍ପର୍କ ବିନା କାରଣରେ ଭାଙ୍ଗିଯାଏନି | ଯଦି କୌଣସି ସମ୍ପର୍କ ଭାଙ୍ଗୁଛି ତେବେ ଏହାର ମଧ୍ୟ କିଛି ନିର୍ଦ୍ଧିଷ୍ଟ କାରଣ ରହିଥିବ | ସେହି କାରଣଟି ହେଲା ଆଜିର ସମାଜର କିଛି ଲୋକ ସ୍ୱାର୍ଥବାଦୀ ଅଟନ୍ତି | ଯେଉଁମାନେ ନିଜ ସୁବିଧା ଦେଖି ଭାବ ଲାଗଇଥାଆନ୍ତି | ସ୍ଵାର୍ଥ ସରିଲେ ମଣିଷକୁ ପଶୁ ଠାରୁ ହୀନ ଦୃଷ୍ଟିରେ ଦେଖିଥାନ୍ତି | ପ୍ରତ୍ୟେକ ଲୋକଙ୍କ ମନର ଭାବନା ଅଛି ଆଉ ଯେଉଁମାନେ ମଣିଷ ହୋଇ ମଣିଷ ଭାବନାକୁ ବୁଝି ପାରନ୍ତିନି ସେମାନେ ଅମଣିଷ ହୋଇଥାନ୍ତି |
ଆଜିକାଲି ଲୋକ ବହୁତ ଚତୁର | ଅର୍ଥ, ସମ୍ପର୍ତ୍ତି, କୋଠାଘର, ଗାଡି, ଚାକିରୀ, ନିଜ ସୁବିଧା ଦେଖି ଭାବ ଲଗାନ୍ତି | ଯେମିତି ଏମାନେ ମଣିଷକୁ ନୁହେଁ ଅର୍ଥ, ସମ୍ପର୍ତ୍ତି, କୋଠାଘର, ଗାଡି, ଚାକିରୀ, ନିଜ ସୁବିଧା ଦେଖି ଭାବ କରିଛନ୍ତି | କିଛି ସମ୍ପର୍କୀୟ ମଧ୍ୟ ଧନ ଥିଲା ବାଲାଙ୍କୁ ପଚାରୁଛନ୍ତି ଧନ ନଥିଲା ବାଲାଙ୍କୁ ଦୂରେଇ ଦେଉଛନ୍ତି | ହେଲେ ସେମାନେ ଭୁଲି ଯାଉଛନ୍ତି ଯେଉଁଠି ଆତ୍ମୀୟତା ନଥାଏ ସେଠି ବିଶ୍ୱାସ ନଥାଏ | ଆଉ ଯେଉଁଠି ଆତ୍ମୀୟତା ଥାଏ ସେଠି ବିଶ୍ୱାସ ରହିଥାଏ | ମିଛ ସମ୍ପର୍କ କେବଳ ଅଢେଇ ଦିନ ପାଇଁ ଗଢ଼ା ହୋଇଥାଏ କିନ୍ତୁ ଏ ମଣିଷ ନିଜ ସ୍ଵାର୍ଥ ପାଇଁ ସମ୍ପର୍କର ଭିନ୍ନ ଏକ ରୂପ ଦେଉଥାଏ | ଯେଉଁ ରୂପରେ ଥାଏ କେବଳ ଛଳନା, ଭଲପାଇବା ବଦଳରେ ପ୍ରତାରଣା | ତେଣୁ ଜୀବନରେ ସେମାନଙ୍କୁ ଗୁରୁତ୍ୱ ଦିଅ ଯେଉଁମାନେ ତୁମକୁ ଗୁରୁତ୍ୱ ଦେଉଛନ୍ତି | ତୁମ ନୀରବ ମନକୁ ପଢିପାରୁଛନ୍ତି ଏବଂ ବିନା ସ୍ୱାର୍ଥରେ ତମକୁ ଭଲପାଉଛନ୍ତି ସେହିମାନେ ହିଁ କେବଳ ତୁମକୁ ବୁଝୁଛନ୍ତି | ଆଉ ଯେଉଁମାନେ ଅଢେଇ ଦିନ ପାଇଁ ତୁମକୁ ବୁଝନ୍ତି କିମ୍ବା ବୁଝାନ୍ତି ସେମାନେ କେବଳ ସ୍ଵାର୍ଥ ରଖି ତୁମ ସହ ଭାବ ଲଗାନ୍ତି | ତାପରେ ଏହି ନୀରବତାପଣକୁ ତମ ରୋଗର କାରଣ କରିଦିଅନ୍ତି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ