ନୀଳକଣ୍ଠେଶ୍ଵର ମନ୍ଦିର ରେ ବୁଲିଲା କଳାକନା ଦାନହୁଣ୍ଡୀ ଭାଙ୍ଗି ଚୋରି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ଥ ନୀଳକଣ୍ଠେଶ୍ଵର ଶୈବପୀଠରୁ ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଗ୍ରିଲ ,ଦାନହୁଣ୍ଡୀ ଭାଙ୍ଗି ଟଙ୍କା, ନେଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଖବର ପ୍ରକାରେ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ଭାଲ୍ୟାଝଲା ଗ୍ରାମ ମୌଜା ରେ ଅବସ୍ଥିତ ଘୋଡାହଡ ନଦୀ ତଟରେ ଥିବା ବହୁ ପୂରାତନ ମନ୍ଦିରଟି ରହିଥିବା ବେଳେ ନିକଟରେ କୈାଣସି ଗୃହ ନଥିବା କାରଣରୁ ସୁଯୋଗ ନେଇ ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଗେଟ୍ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଦୁଇଟି ଦାନହୁଣ୍ଡି ଭାଙ୍ଗି ୪ ହଜାର ଟଙ୍କାସହ ଅନ୍ୟ ଜିନିଷ କେତେକ ପିତ୍ତଳ ଥାଳି ହାଣ୍ଡି, ୨୫୦ୱାଡର ସାଉଣ୍ଡ ମେସିନ, ଚୋରି କରି ନେଇଥିବା ଜଣାପଡିଛି । ଏନେଇ ମଙ୍ଗଳବାର ସକାଳୁ ପୂଜକ ଜଣକ ମନ୍ଦିର ପୂଜା ନିମନ୍ତେ ଆସିବା ପରେ ଗେଟ୍ ତାଲା କରାଯିବା ସହ ଦାନହୁଣ୍ଡୀରୁ ଟଙ୍କା ଲୁଟି ନେଇଥିବା ଏବଂ ଜିନିଷ ପତ୍ର ଏଣେତେଣେ ପଡ଼ିଥିବା ନେଇ ମନ୍ଦିର କମିଟିକୁ ଖବର ଦେଇଥିଲେ । ଖବରପାଇ ପାଟପୁର ଥାନା ପୋଲିସ ମନ୍ଦିର ପରିସରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିବା ବେଳେ କମିଟି ପକ୍ଷରୁ ସଭାପତି ଆର, ବିଜୟ କୁମାର, ଅର୍ଜୁନ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ଅଚ୍ୟୁତ ସାମଲ, ଗଦାଧର ଖୁଣ୍ଟିଆ ପ୍ରମୁଖପାଟପୁର ଥାନାରେ ଏକ ଏତଲା ଦେଇଥିବା ଜଣାପଡିଛି।