ନୀଳଗିରିରୁ ଶୁଭାରମ୍ଭ ହେବ କଂଗ୍ରେସର ୭୫ କିମି ପଦଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶାସନ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ୭୫ କିମି ପଦଯାତ୍ରା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭାରତର ପ୍ରତି ଜିଲାରେ ଏହି ପଦଯାତ୍ରା ହେବାକୁ ଯାଉଥିବା ବେଳେ ଏନେଇ ବାଲେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନୀଳଗିରିରୁ ଏହି ପଦଯାତ୍ରା ଶୁଭାରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ନୀଳଗିରିରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇ ସଦର, ରେମୁଣା, ସୋର, ସିମୁଳିଆ, ବସ୍ତା, ଜଳେଶ୍ୱର ଆଦି ନୀର୍ବାଚନମଣ୍ଡଳୀ ଅତିକ୍ରମ ସହ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ଭୋଗରାଇ ନିର୍ବାଚନମଣ୍ଡଳୀରେ ଏହା ଉଦଯାପିତ ହେବ । ଏହି ୭ ଦିନିଆ ପଦଯାତ୍ରାରେ ଜିଲା ତଥା ରାଜ୍ୟରୁ ନେତୃମଣ୍ଡଳୀ ଯୋଗଦେବେ ବୋଲି ଜିଲା ସଭାପତି ଶ୍ରୀ ଗିରି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ଅକ୍ଷୟ କୁମାର ଆଚାର୍ଯ୍ୟ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ପ୍ରଜ୍ଞାପପାରମିତା ମହାନ୍ତିଙ୍କ ସମେତ ବିକାଶ ଦାସ, ତରୁଣ ଦାସ, ଶ୍ରୀକାନ୍ତ ଜେନା, ସତ୍ୟନାରାୟଣ ଗୁପ୍ତା, ରାଜୀବ ପରିଡ଼ା, ମନୋରଞ୍ଜନ ପଣ୍ଡା, ଉପେନ୍ଦ୍ର ବେହେରା, ଅନିରୁ୍ଦଧ ବେହେରା, ଗଦାଧର ପରିଡ଼ା, ଯଶୋଦା ସିଂ, ରାଜେନ୍ଦ୍ର ମହାନ୍ତି, ମଧୁସୂଦନ ମହାପାତ୍ର, ନିରଞ୍ଜନ ପରିଡ଼ା ଓ ବ୍ଲକ କମିଟି ସଭାପତିମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।