ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାରେ ଅବହେଳାକୁ ନେଇ ଉଦବେଗ

ବାଲେଶ୍ୱର, (ସରୋଜ ପଣ୍ଡା) : ଫକୀରମୋହନ ମେଡିକାଲ କଲେଜ୍ ହସପିଟାଲ ତଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ର୍ବିଭାଗର ସବୁ ବିଭାଗର ଡାକ୍ତର ରହୁନଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଉଦବେଗ ପ୍ରକାଶ କରିଛି. ବୈଠକରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ କମିଟିର ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଓ ବାଲେଶ୍ୱର ଜିଲ୍ଲାର ବିଧାୟକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା କରାଯିବା ନେଇ ସଭାପତି ମମତା ମହାପାତ୍ର ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ବୈଠକରେ ଜଣାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ହସପିଟାଲରେ ୩୦ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ଖବରକୁ ବୈଠକରେ ସ୍ୱାଗତ କରାଯାଇଛି । ଦୀର୍ଘଦିନର ଦାବିପରେ ମାତ୍ର ଜଣେ ହୃଦରୋଗ ବିଶେଷଜ୍ଞଙ୍କୁ ବାଲେଶ୍ୱରରେ ନିଯୁକ୍ତି ଦିଆଯାଇଛି । ତେବେ ଇକୋ କାର୍ଡ଼ିଓଲୋଜି ମେସିନ୍ ନଥିବାରୁ ସମସ୍ତ ରୋଗୀ ଚିକିତ୍ସା ପାଇପାରିବେ ନାହିଁ । ତେଣୁ ତୁରନ୍ତ ଏହି ମେସିନ୍ ହସପିଟାଲରେ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । କେତେକ ଡାକ୍ତର ସରକାରୀ ଚିକିତ୍ସାରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ବେଳେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବାଲେଶ୍ୱରକୁ ତଦନ୍ତ ପାଇଁ ଆସୁଥିବା ପ୍ରତିନିଧିମାନଙ୍କୁ ସାକ୍ଷାତ ସମୟରେ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରିୟାନୁଷ୍ଠାନ କମିଟି ବୈଠକରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଉପ-ସଭାପତି ପ୍ରଭାକର ସାହୁଙ୍କ ସମେତ ଡ. ଇଂ. ହୃଷିକେଶ ସାହୁ, ଦୀନବନ୍ଧୁ ଲେଙ୍କା, ଡ. କେଶବ ଚରଣ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସର୍ବଶ୍ରୀ ବେଣୁଧର ପାଳ, ଯୋଗେନ୍ଦ୍ର ମାହାର୍ଣ୍ଣା, ରବିନାରାୟଣ ଭୋଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ଦାସ, ଡ. ବି.ବି. ମହାପାତ୍ର, ରମେଶ ଚନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ପୁରୁଷୋତ୍ତମ ବିଶ୍ୱାଳ, ଡ. କ୍ଷିତୀଶ୍ୱର ଦାଶ ଓ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ