ନୀଳାଚଳ ପଲିଟେକ୍ନିକର ପ୍ରତିଷ୍ଠା ସମାରୋହରେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ) : ଓଡିଆ ଯୁବକମାନେ ଯେବେ ନିଜ ଇଚ୍ଛା ଅନୁସାରେ ରାଜ୍ୟରେ ସମ୍ପନ୍ନତା ଆଣିବାର ନିଷ୍ପତି ନେବେ ତଥା ନିଜେ ମାଲିକ ହେବାର ପ୍ରତିଜ୍ଞା କରିବେ ସେବେ ପୁନର୍ବାର ଓଡିଶାର ୧ ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣାଯାଇପାରିବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକର ୨୩ତମ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ରୋଜଗାର, ପାଠପଢା ବ୍ୟତିତ ଗୌରବଶାଳୀ ରାଜ୍ୟ ଓଡିଶାକୁ ଆଗକୁ ନେବାର ଆବଶ୍ୟକତା ରହିଛି । ସେହିପରି ଓଡିଶାରେ ବିଗତ ଦୁଇ ଦଶନ୍ଧି ଧରି ନୀଳାଚଳ ପଲିଟେକନିକ ଏକ ଶିକ୍ଷା ଅନୁଷ୍ଠାନ ଭାବେ ଲକ୍ଷ ଲକ୍ଷ ପିଲାଙ୍କୁ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ରାଜ୍ୟ ତଥା ଦେଶକୁ ଗଢି ତୋଳିବାରେ ଏହି ଶିକ୍ଷାନୁଷ୍ଠାନର ଯୋଗଦାନ ଅତୁଳନୀୟ । ଏହି ଶିକ୍ଷାନୁଷ୍ଠାନ ଦୁନିଆକୁ ପରିବର୍ତନର କ୍ଷମତା ରଖିଛି ବୋଲି ସେ କହିଛନ୍ତି ।