ଭଲିବଲ୍ ପ୍ରତିଯୋଗୀତାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରରେ ଶନିବାର ଲିଙ୍ଗରାଜ କ୍ରୀଡା ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଦିବାରାତ୍ର ଭଲିବଲ୍ ପ୍ରତିଯୋଗୀତାର ଦ୍ୱାଦଶ ସଂସ୍କରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ଦୁଇଦିନିଆ ପ୍ରତିଯୋଗୀତା ସ୍ଥାନୀୟ ଅଂଚଳ ତଥା ରାଜ୍ୟ ପାଇଁ ନିଶ୍ଚିତ ଭାବେ ସୁନାମ ଆଣିବ ବୋଲି କହିଛନ୍ତି । ଖେଳକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଏଭଳି ଏକ ପ୍ରତିଯୋଗୀତା ଆୟୋଜନ କରିଥିବାରୁ କ୍ରୀଡା ସଂଘର ସମସ୍ତ କର୍ମକର୍ତାଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଲିଙ୍ଗରାଜ କ୍ରୀଡା ସଂଘ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।


