ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ବାର୍ଷିକ ସାଧାରଣ ବୈଠକ
ଭୁବନେଶ୍ୱର : ପରିବର୍ତ୍ତିତ ଜୀବନ ଶୈଳୀ ତଥା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସାଧାରଣ ଜନତା ବହୁଳଭାବରେ ବିଭିନ୍ନ ଦୁରାରୋଗ୍ୟରେ ପୀଡିତ ହେବାକୁ ଅତ୍ୟନ୍ତ ଗମ୍ଭିରତାର ସହ ନେଇ ଦୁଃଖଦ ସମୟରେ ସହଯୋଗର ହାତ ବଢାଇ ସେମାନଙ୍କ ପାଖରେ ଛିଡା ହେବାର ଲକ୍ଷ୍ୟ ନେଇ ଅଞ୍ଚଳର ମୁଖ୍ୟ ସ୍ଥଳରେ ସମାଜ ମଙ୍ଗଳ ହୁଣ୍ଡି ପ୍ରତିଷ୍ଠା ପାଇଁ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଦ୍ୟ ସମାପିତ ବାର୍ଷିକ ସାଧାରଣ ବୈଠକରେ ନିଷ୍ପତି ନଆଯିବା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଛି । ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସ୍ଥାନୀୟ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଷଦ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ କରାଯାଇଛି । ଏହି ସମାଜ ମଙ୍ଗଳ ହୁଣ୍ଡିରେ ଜନସାଧାରଣ, ସଂଘର ସଭ୍ୟସଭ୍ୟା, ଶୁଭେଚ୍ଛୁଙ୍କ ଠାରୁ ଆଦାୟ ହେବା ଅର୍ଥ ରାଶିକୁ ସର୍ବସାଧାରଣଙ୍କ ସମ୍ମୁଖରେ ଖୋଲାଯାଇ ଦୁରାରୋଗ୍ୟରେ ପୀଡିତ ଏକ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ କିମ୍ବା ତାଙ୍କର ନିକଟତମ ସଂପର୍କୀୟଙ୍କୁ ଉକ୍ତ ଅର୍ଥ ରାଶି ପ୍ରଦାନ ପାଇଁ ନିଷ୍କତ୍ତି ନିଆଯାଇଛି । ବିଗତ ବର୍ଷ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ବ୍ୟକ୍ତି ବିଶେଷ ତଥା ଅସ୍ତବ୍ୟସ୍ତ ଜନଜୀବନର ଦୁଃଖରେ ସମଦୁଃଖି ହୋଇ ସ୍ଥଗିତ କରାଯାଇଥିବା ସଂଘର ରୌପ୍ୟ ଜୟନ୍ତି ଉଦ୍ଯାପନ ଉତ୍ସବ ପାଇଁ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆସନ୍ତା ମଇ ମାସ ଶେଷ ସପ୍ତାହରେ ସଂଘର ୨୬ତମ ବାର୍ଷିକ ସାଂସ୍କୃତିକ ମହୋତ୍ôସବ କରାଯିବା ଉପରେ ପ୍ରସ୍ତାବ ଗୃହୀତ କରାଯିବା ସହ ପ୍ରତିବର୍ଷ ଭଳି ୨୦୨୦-୨୧ ମସିହା ପାଇଁ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ-ସଭାପତି, ବିଶ୍ୱଜିତ୍ ପଟ୍ଟନାୟକ-ସାଧାରଣ ସଂପାଦକ, ବଟକୃଷ୍ଣ ପଣ୍ଡା-ସାଂସ୍କୃତିକ ସଂପାଦକ, ପ୍ରକାଶ ଚନ୍ଦ୍ର ସାହୁ-କୋଷାଧ୍ୟକ୍ଷ ମନୋନୀତ କରାଯାଇଥିବାବେଳେ ଅନ୍ୟମାନଙ୍କମଧ୍ୟରେ ସର୍ବଶ୍ରୀ କୁମର ବାରିକ-ଉପସଭାପତି, ଗଦାଧର ରଥ-ସହ ସଂପାଦକ, ସୁରେଶ କୁମାର ଦାଶ-କ୍ରୀଡା ସଂପାଦକ, ବିଷ୍ଣୁ ଦାଶ-ସହ କ୍ରୀଡା ସଂପାଦକ, ଅର୍ଜ୍ଜୁନ ଦେହୁରୀ-ସହ ସାଂସ୍କୃତିକ ସଂପାଦକ, ନିରଞ୍ଜନ ସାହୁ- ସହ-କୋଷାଧ୍ୟକ୍ଷ, କୈଳାସ ଚନ୍ଦ୍ର ସାହୁ–ସଂଯୋଜକ, ବାଲକୃଷ୍ଣ ମଣ୍ଡଳ- ସହ-ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି । ଏତଦ୍ବ୍ୟତୀତ ସର୍ବଶ୍ରୀ ଶିଶିର ମହାରଣା, ମଦନ ମୋହନ ପୃଷ୍ଟି, ଉମେଶ ଓଝା, ଆଲୋକ ପରିଡା, ଗୋବିନ୍ଦ ବିଶ୍ୱାଳ, କେ.ସି.ମହାପାତ୍ର, ଗୋପାଳ ସୁବୁଦ୍ଧି, ଜଗନ୍ନାଥ ସେଠ, ବିଭୁତି ଭୁଷଣ ଦାଶ, ଟିକିଲାଲ ପଣ୍ଡିତ୍ ଏବଂ ସର୍ବେଶ୍ୱର ପରିଡା ପ୍ରମୁଖ ପରିଚାଳନା ସମିତିର ସଭ୍ୟ ରୂପେ ମନୋନୀତ ହୋଇଥିବାବେଳେ ସଂଘକୁ ଠିକ୍ ରାସ୍ତାରେ ପରିଚାଳନା କରିବାପାଇଁ ଇଂ.ଅଭୟ କୁମାର ସାମନ୍ତରାୟ, ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ରଶେଖର ପତି ତଥା ଚଳଚ୍ଚିତ୍ର ପ୍ରଯୋଯକ ତଥା ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚ୍ଚୀ ମହାପାତ୍ର ପ୍ରମୁଖଙ୍କୁ ଉପଦେଷ୍ଟାମଣ୍ଡଳୀଙ୍କୁ ମନୋନୀତ କରାଯାଇଥିଲା । ଦୀର୍ଘ ୨୪ ବର୍ଷ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭାବଧାରାକୁ ବଜାୟ ରଖିବା ସହ ସଂଘର ଏହି ଜନକଲ୍ୟାଣଧର୍ମୀ ମନୋଭାବକୁ ଅଞ୍ଚଳର ବୁଦ୍ଧିଜୀବି ମହଲ ପ୍ରଶଂସା କରିବା ସହ ସଂଘର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଶେଷରେ ଧନ୍ୟବାଦ ପ୍ରସ୍ତାବ ସହ ପ୍ରସାଦ ସେବନ ପୂର୍ବକ ସଭାସାଙ୍ଗ କରାଯାଇଥିଲ ।