ନୁଆବର୍ଷ ଉପଲକ୍ଷେ ଛେନାପଦି ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନୁତନବର୍ଷର ଆରମ୍ଭରେ ଆଜି ଛେନାପଦି ଛକରେ ଥିବା ମା ବିଶ୍ୱତାରିଣୀଙ୍କ ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସକାଳେ ମା’ଙ୍କ ପହଡ ଖୋଲିବାପରେ ସକାଳଧ଼ୂଫ ଓ ମଙ୍ଗଳ ଆଳତୀରେ ଶ୍ରଦ୍ଧାଳୁମାନେ ଭାଗନେଇ ମା’ଙ୍କ ନିକଟରେ ନବର୍ଷର ନୁଆ ସକାଳରେ ମାଙ୍କୁଦର୍ଶନ କରି ଜଗତର କଲ୍ୟାଣ ନିମିତ୍ତ ଆଶିଷ ଭିକ୍ଷା କରିଥିଲେ । ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ମାଙ୍କ ନିକଟରେ ମାନସିକ କରି ଗୁଆ ଚଢ଼ାଇଥିଲେ । ମନ୍ଦିର ପରିସରରେ ଥିବା ବିଶେଶ୍ୱର ମହାଦେବ ଓ ଶନି ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ ଜମିଥିଲା । ନୁଆବର୍ଷ ପାଇଁ ଦିନତମାମ ଗହଳି ଲାଗିରହିଥିଲାବେଳେ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ କମିଟି ସଦସ୍ୟ ରବିନ୍ଦ୍ର ବେହେରାଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ମିଠା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ